ଆସନ୍ତା ସୋମବାର ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ

ଭୁବନେଶ୍ୱର: ଆସନ୍ତା ସୋମବାର ଚଳିତବର୍ଷର ଶେଷ ସୂର୍ଯ୍ୟପରାଗ । କିନ୍ତୁ ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ । ଚିଲି ଓ ଆର୍ଜେଣ୍ଟିନାର କିଛି ଅଞ୍ଚଳରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ । ଉତ୍ତର ଆମେରିକା, ଉତ୍ତର ପଶ୍ଚିମ ଆଫ୍ରିକା ତଥା ଆର୍ଜେଣ୍ଟିକାରୁ କିଛି ଅଞ୍ଚଳରେ ପରାଗ ଆଂଶିକ ଦେଖିବାକୁ ମିଳିବ ।

ଭାରତୀୟ ସମୟ ସନ୍ଧ୍ୟା ୭ଟା ୩ ମିନିଟରେ ପରାଗ ଆରମ୍ଭ ହୋଇ ରାତି ୧୨ଟା ୩୦ ମିନିଟ ବେଳକୁ ସର୍ବମୋକ୍ଷ ହେବ । ବିଭିନ୍ନ ସ୍ଥାନରେ ପରାଗର ଆରମ୍ଭ ଓ ଶେଷ ସମୟ ଅଲଗା ରହିବ । କିନ୍ତୁ ଭାରତରେ ଏହି ପରାଗ ଦୃଶ୍ୟମାନ ହେବ ନାହିଁ । ଆସନ୍ତା ୨୦୨୧ ମସିହାରେ ହେବାକୁ ଥିବା ଦୁଇଟି ସୂର୍ଯ୍ୟ ପରାଗରୁ କୌଣସିଟି ମଧ୍ୟ ଭାରତରେ ଦେଖାଯିବ ନାହିଁ ବୋଲି ବୈଜ୍ଞାନିକ କହିଛନ୍ତି ।

Leave a Reply