ସ୍ୱାମୀ ନିର୍ଯତନାର ଶିକାର ମହିଳାଙ୍କ ମୃତ୍ୟ, ପୋଲିସର ତଦନ୍ତ ଜାରି

ବଣାଇ: ବଣାଇ ଥାନା ଗୋବିନ୍ଦପୁର ଗାଁରେ ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦେଢ ବର୍ଷ ଶିଶୁପୁତ୍ର ଗୁରୁତର ହୋଇଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରହିଛି ।

ସୂଚନା ଅନୁସାରେ ଗୋବିନ୍ଦପୁର ଗ୍ରାମର ଡମ୍ବରୁ କିଷାନଙ୍କ କନ୍ତସରା ଗ୍ରାମର ଅଷ୍ଟମି କିଷାନଙ୍କ ସହ ଅଢେଇ ବର୍ଷ ପୂର୍ବେ ବିବାହ ହୋଇଥିଲା । ଆଜି ସକାଳୁ ମାଆ ପୁଅ ନଉଠିବାରୁ ପରିବାର ଲୋକଙ୍କ ସନ୍ଦେହଜାତ ହୋଇଥିଲା ।

ଦେଖିବା ବେଳକୁ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା । ଶିଶୁକୁ ଗୁରୁତର ଅବସ୍ଥାରେ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଶିଶୁର ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ରାଉରକେଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସ୍ୱାମୀ ଡମ୍ବରୁ ଗତକାଲି ରାତିରେ ସ୍ତ୍ରୀ ଅଷ୍ଟମିକୁ ମାରଧର କରିଥିବା ସୂଚନା ମିଲିଛି । ଏହି ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ସେପଟେ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଶାଶୁ ଘରେ ସବୁବେଳେ ଝିଅକୁ ଦେଉଥିଲେ ନିର୍ଯାତନା ।

Leave a Reply