ମହିଳାଙ୍କ ଦେହରେ ଆତ୍ମା ଅଛି କହି ନିସ୍ତୁକ ମାରିବା ସହ ଖାଇବାକୁ ଦେଲେ ଘୁଷୁରୀର…  

woman was brutally beaten, saying she had a soul in her body

ମାଲକାନଗିରି: ଅନ୍ଧବିଶ୍ୱାସର ଅନ୍ଧାର ଗଳିରେ ହଜିଯାଉଛି ମାନବିକତା । ଏବେ ବି ବଞ୍ଚିଛି ଗୁଣି ଗାରେଡ଼ିର ବିଶ୍ୱାସ । କେତେବେଳେ ଲୋକଙ୍କୁ ସାହାଯ୍ୟ କରିବାକୁ ତ କେତେବେଳେ ରୋଗକୁ ଭଲ କରିବାକୁ ଏବେ ବି ଲୋକେ ନେଉଛନ୍ତି ଅନ୍ଧବିଶ୍ୱାସର ସାହାରା । ଏମିତି କେତେ ଘଟଣା ତ ଆପଣମାନେ ଜାଣିଥିବେ କିନ୍ତୁ ସବୁ ଜାଣି ବି ଅଜଣା ହେଉଛନ୍ତି ଲୋକେ  । ଏବଂ ଅତି ସହଜରେ ବିଶ୍ୱାସ କରିଯାଉଛନ୍ତି । ଏବେ ଏମିତ ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମ୍ଭି  ଗାଁରେ । ଆଉ ଏହି ଅନ୍ଧବିଶ୍ୱାସ ପାଇଁ ମଣିଷ ମୁହଁରେ ଘୁଷୁରୀ ବିଷ୍ଟା ଦିଆଯାଇଛି ।

ସୂଚନା ଅନୁସାରେ ଜଣେ ଅସହାୟ ମହିଳାଙ୍କୁ ଏହି ଅନ୍ଧବିଶ୍ୱାସର ଶିକାର ହେଉଛନ୍ତି । ରୋଗ ଭଲ କରିବା ପାଇଁ ମହିଳାଙ୍କୁ ଖୁଆଇ ଦିଆଯାଇଛି ଘୁଷୁରୀ ବିଷ୍ଟା ମାଲକାନଗିରି ଜିଲ୍ଲାର ତଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ଏମ୍ଭି ୬ ଗାଁରର ଲିପିକା ଅରାଉ ନାମକ ମହିଳା ବିଗତ କିଛିଦିନ ଧରି ଅସୁସ୍ଥ ଥିଲେ । ବିଭିନ୍ନ ପ୍ରକାର ଉପଚାର ସତ୍ତ୍ୱେ ବି ଭଲ ହୋଇ ଥିଲେ ଲିପିକା ।

ତେବେ ଦେହ ଦିନକୁ ଦିନ ଅଧିକ ଖରାପ ହେବାରୁ ଲିପିକାଙ୍କ ଶଶୁର ଘର ଲୋକେ ତାଙ୍କୁ ଏକ ଗୁଣିଆ ନିକଟକୁ ନେଇ ଯାଇଥିଲେ । ଗୁଣିଆ ଜଣଙ୍କ ଲିପିକାଙ୍କ ଦେହରେ ଆତ୍ମାର ବାସ ଥିବା କହି ତାଙ୍କୁ ନିସ୍ତୁଲ ମାଡ଼ ମାରିବା ସହ ଘୁଷୁରୀ ବିଷ୍ଟା ଖୁଆଇ ଥିବା ଜଣା ପଡ଼ିଛି । ତେବେ ଏହାପରେ ମହିଳାଙ୍କ ଦେହ ଗୁରୁତର ହେବାରୁ ସ୍ଥାନୀୟ ଆଶା ଦିଦି ଖବର ପାଇ ତାଙ୍କୁ ମେଡିକାଲ ଆଣିଛନ୍ତି ।

Leave a Reply