ଚିନ୍ତା ବଢାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା,WHO ଦେଲା ୭ ରାଜ୍ୟଙ୍କୁ ଏହି ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ସରକାରଙ୍କଠାରୁ ସାଧାରଣ ନାଗରିକଙ୍କୁ ଚିନ୍ତାରେ ପକାଇଛି । ପ୍ରଥମଥର ପାଇଁ ଶୁକ୍ରବାର ଦିନ ଦେଶରେ ୨୪ ଘଣ୍ଟା ଭିତରେ ୬୬୫୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ।

India Extends Nationwide Lockdown for Two Weeks From May 4 – My ...

ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବାର ଏହା ପ୍ରଥମ ମାମଲା ଥିଲା । ଶୁକ୍ରବାର ମଧ୍ୟ କରୋନାରେ ୧୩୭ ଜଣ ପ୍ରାଣ ହରାଇଛନ୍ତି । ଦେଶରେ ବର୍ତ୍ତମାନ ସୁଧା ୩ ହଜାର ୭୨୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଭାରତରେ କରୋନା ସଂକ୍ରମିତଙ୍କ ବଢୁଥିବା ସଂଖ୍ୟାକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଶର ୭ ରାଜ୍ୟରୁ ଲକଡାଉନ୍ ନହଟାଇବାକୁ ପରାମର୍ଶ ଦେଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କଣ କହୁଛି ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ମହାରାଷ୍ଟ୍ର,ଗୁଜୁରାଟ,ଦିଲ୍ଲୀ,ତେଲେଙ୍ଗାନା,ଚଣ୍ଡିଗଡ,ତାମିଲନାଡୁ ଓ ବିହାରରେ ଗତ ଦୁଇ ସପ୍ତାହ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ତେଣୁ ସେଠାରେ ଲକଡାଉନ୍ ଜାରି ରହିବା ଆବଶ୍ୟକ । ଡବ୍ଲୁଏଚଓ ଅନୁସାରେ ଯେଉଁ ରାଜ୍ୟରେ ୫ ପ୍ରତିଶତରୁ ଅଧିକ କରୋନା ସଂକ୍ରମିତ ଅଛନ୍ତି,ସେଠାରେ ଲକଡାଉନରେ ରିହାତି ଦେବା ଠିକ୍ ହେବ ନାହିଁ । ସେହି ସବୁ ରାଜ୍ୟରେ କଠୋରତାର ସହ ଲକଡାଉନ୍ ଜାରି ରଖିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି

The History of Johns Hopkins Medicine

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ କଣ କହୁଛି ?

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଆମେରିକାର କେବଳ ୫୦ ପ୍ରତିଶତ ରାଜ୍ୟରୁ ଲକଡାଉନ୍ ହଟା ଯାଇପାରିବ । ସେହିଭଳି ଭାରତର ୩୪ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ମଧ୍ୟରୁ ୨୧ ପ୍ରତିଶତ ଏହି ଶ୍ରେଣୀରେ ଆସୁଛି । ଗତ ୭ ମେ’ ତଥ୍ୟ ଅନୁସାରେ ମହାରାଷ୍ଚ୍ରରେ ୧୮ %,, ଗୁଜୁରାଟରେ ୯ ପ୍ରତିଶତ,ତେଲେଙ୍ଗାନାରେ ୭ ପ୍ରତିଶତ,ଚଣ୍ଡିଗଡରେ ୬ ପ୍ରତିଶତ,ତାମିଲନାଡୁରେ ୫ ପ୍ରତିଶତ ଓ ବିହାରରେ ୫ ପ୍ରତିଶତ କରୋନା ପଜିଟିଭ୍ କେସ ସାମ୍ନାକୁ ଆସିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନକଠାରୁ ଏହି ସବୁ ରାଜ୍ୟରେ ଅଧିକ କରୋନା ପଜିଟିଭ୍ ଅଛନ୍ତି ।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ପୁରା ରାଜ୍ୟ ପାଇଁ ଲାଗୁ ହୋଇନଥାଏ କାରଣ ରାଜ୍ୟ ଗୁଡିକର କିଛି ଜିଲ୍ଲା କରୋନା ହଟସ୍ପଟ୍ । କିନ୍ତୁ ଅନ୍ୟଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ ଥାଏ ।ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରାଜ୍ୟଙ୍କୁ କେଉଁଠାରେ ସଂକ୍ରମଣ ଅଧିକ ହେବାର ସମ୍ଭାବନା ରହିଛି ସେବାବଦର ତଥ୍ୟ ଦେଇଥାଏ ।

 

Leave a Reply