ଆମେରିକାର ଖବରକାଗଜର ବଡ ଖୁଲାସା, ମ୍ୟାଲେରିଆ ଔଷଧ ପଛରେ ଟ୍ରମ୍ପ କାହିଁକି ?

ସମଗ୍ର ବିଶ୍ୱ ଏବେ କରୋନା ମହାମାରୀ ପାଇଁ ଅସୁବିଧାରେ ପଡ଼ିଛି । ଏହି କରୋନା ଚିକିତ୍ସା ଏବେ ଚିନ୍ତାର ବିଷୟ ହୋଇ ସାରା ବିଶ୍ୱ ଆଗରେ ଛିଡ଼ାହୋଇଛି। କରୋନା ଭୟାବହତାକୁ ସାମ୍ନା କରି ଆମେରିକା ଭାରତକୁ ସାହାଯ୍ୟ ଲୋଡିଛି। ଏହାର କାରଣ ହେଉଛି ଭାରତ ପାଖରେ କରୋନାକୁ ଲଢ଼ିବାପାଇଁ ଔଷଧ ରହିଛି। ଯେଉଁଥିପାଇଁ ଭାରତକୁ ଧମକ ମଧ୍ୟ ଦେଇଛନ୍ତି। ଏହି ଔଷଧର ନାମ ହେଉଛି ହାଇଡ୍ରୋକ୍ସିକ୍ଲୋରୋକାଇନ୍ । ଯେଉଁ ଔଷଧ ଭାରତରେ ମ୍ୟାଲେରିଆ ମହାମାରୀ ବେଳେ ସହାୟକ ହୋଇଥିଲା।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପ୍ରଥମେ ଭାରତରେ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ର ଆବଶ୍ୟକତା ଏବଂ ଷ୍ଟକ୍ ଉପରେ ଦୃଷ୍ଟି ରଖିବ। କେବଳ କରୋନା ପ୍ରଭାବିତ ଦେଶମାନଙ୍କୁ ଏହି ଔଷଧ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଅଯଥାରେ ଆବଶ୍ୟକ ନଥିବା ଦେଶକୁ ଦିଆଜିବନାହିଁ। ଏହି ଔଷଧ ଭାରତରେ ବହୁ ପରିମାଣରେ ତିଆରି ହୋଇଛି ।

ଆମେରିକାର ଖବରକାଗଜ ଦି ନ୍ୟୁୟର୍କ ଟାଇମ୍ସର ୱେବସାଇଟରେ ଡୋନାଲ୍ଡ ଟ୍ରମ୍ପ କାହିଁକି ଏହି ମ୍ୟାଲେରିଆ ଔଷଧ ପଛରେ ପଡ଼ିଛି ତାହା ପ୍ରକାଶ ପାଇଛି। ଏଥିରେ ଡୋନାଲ୍ଡ ଟ୍ରମ୍ପଙ୍କର ବ୍ୟକ୍ତିଗତ ସୁବିଧା ରହିଛି। ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଯଦି ହାଇଡ୍ରୋକ୍ସିକ୍ଲୋରୋକାଇନ୍ ସାରା ବିଶ୍ୱରେ କରୋନା ଚିକିତ୍ସା କରିବାକୁ ଅନୁମତି ଦିଆଯାଏ, ତେବେ ଏହି ଔଷଧ ତିଆରି କରୁଥିବା କମ୍ପାନୀଗୁଡିକ ବହୁ ଲାଭବାନ ହେବେ। ଏପରି ଏକ କମ୍ପାନୀରେ ଡୋନାଲ୍ଡ ଟ୍ରମ୍ପଙ୍କର ଅଂଶଧନ ମଧ୍ୟ ରହିଛି। ଆହୁରି ମଧ୍ୟ, ସେହି କମ୍ପାନୀର ବରିଷ୍ଠ ଅଧିକାରୀମାନଙ୍କ ସହିତ ଡୋନାଲ୍ଡ ଟ୍ରମ୍ପଙ୍କର ଭିତିରିଆ ସମ୍ପର୍କ ରହିଛି।

ୱେବସାଇଟରେ ଏହା ଲେଖାଯାଇଛି ଯେ ଫ୍ରାନ୍ସର ଔଷଧ ତିଆରି କମ୍ପାନୀ ସାନୋଫି ଉପରେ ଡୋନାଲ୍ଡ ଟ୍ରମ୍ପଙ୍କର ବ୍ୟକ୍ତିଗତ ସୁବିଧା ରହିଛି। ଟ୍ରମ୍ପ କମ୍ପାନୀରେ ସେୟାର ମଧ୍ୟ ରଖିଛନ୍ତି। ଏହି କମ୍ପାନୀ ପ୍ଲାକେନିଲ ବ୍ରାଣ୍ଡ ନାମରେ ବଜାରରେ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ଔଷଧ ବିକ୍ରି କରେ ।


ମ୍ୟାଲେରିଆ ପରି ବିପଜ୍ଜନକ ରୋଗ ସହ ଲଢ଼ିବାରେ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ଏକ ପ୍ରଭାବଶାଳୀ ଔଷଧ । ପ୍ରତିବର୍ଷ ବହୁ ସଂଖ୍ୟକ ଲୋକ ଭାରତରେ ମ୍ୟାଲେରିଆର ଶିକାର ହୁଅନ୍ତି। ସେଥିପାଇଁ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଏହାକୁ ବହୁ ପରିମାଣରେ ଉତ୍ପାଦନ କରନ୍ତି ।

ସବୁଠାରୁ ବଡ଼କଥା ହେଉଛି ଯେ ଆମେରିକା ଭଳି ଦେଶରେ କରୋନା ଭାଇରସ ସହ ଲଢ଼ିବା ପାଇଁ ଏହି ଔଷଧ ଦିଆଯାଉଛି। ଏହା ମଧ୍ୟ ସହାୟକ ହେଉଛି । ଏହି କାରଣରୁ ଏହାର ଚାହିଦା ବୃଦ୍ଧି ପାଇଛି ।

Leave a Reply