ଉପନିର୍ବାଚନ ପାଇଁ ସରଗରମ ରାଜନୀତି, ତିର୍ତ୍ତୋଲରେ ସରିଲା ନାମାଙ୍କନ ପତ୍ର ଯାଞ୍ଚ

ତିର୍ତ୍ତୋଲ: ଉପନିର୍ବାଚନ ପାଇଁ ସରଗରମ ତିର୍ତ୍ତୋଲ ରାଜନୀତି । ଘରକୁ ଘର ବୁଲି ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବାରେ ଲାଗିଛନ୍ତି । କିଏ ଭୋଟରଙ୍କୁ ଭୋଟ ଭିକ୍ଷା କରୁଛି, ତ’ ପୁଣି କିଏ ବୈଠକ ପରେ ବୈଠକ କରି ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରୁଛି । ସେପଟେ ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ପାଇଁ ୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆଜି ସରିଛି ଯାଞ୍ଚ ପ୍ରକ୍ରିୟା । ସମସ୍ତ ପ୍ରାର୍ଥୀଙ୍କୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଡକରା ଆସିଥିଲା ।

ନାମାଙ୍କନ ପତ୍ର ଯାଞ୍ଚ ବେଳେ ୯ ଜଣ ପ୍ରାର୍ଥୀ ଉପସ୍ଥିତ ଥିଲେ । ବିଜେଡିରୁ ବିଜୟ ଶଙ୍କର ଦାସ, ବିଜେପିରୁ ରାଜକିଶୋର ବେହେରା , କଂଗ୍ରେସରୁ ହିମାଂଶୁ ଭୂଷଣ ମଲ୍ଲିକ, କମ୍ୟୁନିଷ୍ଟ ପାର୍ଟିରୁ ବିଜୟ କୁମାର ଭୋଇ ଏହାସହ ୫ ଜଣ ସ୍ୱାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ମଧ୍ୟରେ ବିଜେଡି, ବିଜେପି, କଂଗ୍ରେସ ଓ ବାମଦଳର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି ।

ଆଗାମୀ ଦିନରେ ପ୍ରଚାର ବେଳେ ଷ୍ଟାର ପ୍ରଚାରକ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏବେଠାରୁ ହିଁ ବିଜେଡିର ବହୁ ହାଇପ୍ରୋଫାଇଲ ନେତା ବିଜୟଙ୍କ ସାଥିରେ ରହିଥିବା ବେଳେ ଆଗକୁ ଅନେକ ନେତା ତିର୍ତ୍ତୋଲ ଆସି ଭୋଟରଙ୍କୁ ବିଜୟ ପାଇଁ ଭୋଟ ମାଗିବେ । ସେହିପରି ଅନ୍ୟ ଦଳର ପ୍ରାର୍ଥୀ ବି ଷ୍ଟାର ପ୍ରଚାରକଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ।

Leave a Reply