ପାର୍ବଣ ପାଇଁ ରାଜଧାନୀରେ ଖୋଲିବ କରୋନା ଯୋଗୁଁ ସିଲ୍‌ ହୋଇଥିବା ସମସ୍ତ ଦୋକାନ

ଭୁବନେଶ୍ୱର: କୋଭିଡ ନିୟମ ଉଲଂଘନ ଅଭିଯୋଗରେ ସିଲ ହୋଇଥିବା ଦୋକାନ, ବ୍ୟବସାୟୀକ ପ୍ରତିଷ୍ଠାନ ଓ ଅନୁଷ୍ଠାନଗୁଡ଼ିକ ପାଇଁ ଖୁସି ଖବର । ନାଗରିକ ସଦଭାବ ଓ ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମର ସିଲ ହୋଇଥିବା ସବୁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନୁଷ୍ଠାନଗୁଡିକୁ ପୁଣି ଥରେ ଖୋଲିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ହୋଇଛି । ତେବେ ଏବେ ରାଜଧାନୀରେ ଖୋଲିବ ସିଲ ହୋଇଥିବା ସମସ୍ତ ଦୋକାନ ।

ଆଗକୁ ପାର୍ବଣ ଆସୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । କିନ୍ତୁ ଦୋକାନ, ଅନୁଷ୍ଠାନଗୁଡିକ ଗ୍ରାହକଙ୍କୁ ଅନୁମତି ଦେବା ପୂର୍ବରୁ ନିଜ ନିଜ ଦୋକାନ, ବ୍ୟବସାୟୀକ ପ୍ରତିଷ୍ଠାନକୁ ସାନିଟାଇଜ କରିବାକୁ ପରାମର୍ଶ ଦିଆଯାଇଛି । ବିନା ସାନିଟାଇଜରେ ଦୋକାନ ଖୋଲିପାରିବ ନାହିଁ । ଖାଲି ସେତିକି ନୁହେଁ ଦୋକାନ ଖୋଲିଲା ପରେ କରୋନା କଟକଣାକୁ ଦୃଢ଼ ଭାବରେ ଅନୁପାଳନ କରିବାକୁ ପଡ଼ିବ ପୋଲି ନିର୍ଦ୍ଦେଶ ଦିଆଯାଇଛି । ଦୋକାନ ଭିତରେ ସମାଜିକ ଦୂରତାର ଅନୁପାଳନ ସହ ମାସ୍କ ବାଧ୍ୟତାମୂଳକ ବୋଲି କୁହାଯାଇଛି । ଏହାର ଉଲଂଘନ ହେଲେ ପୁଣି ଥରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମସି ପକ୍ଷରୁ ଟ୍ୱିଟ କରି ଜଣାଇଦିଆଯାଇଛି ।

Leave a Reply