ପ୍ୟାନ କାର୍ଡ଼ରେ ଏହି ଭୁଲ ଥିଲେ ଭରିବାକୁ ପଡ଼ିବ ୧୦ ହଜାର ଟଙ୍କା

1 min read

ନୂଆଦିଲ୍ଲୀ: ପ୍ୟାନ କାର୍ଡ଼ର ଆବଶ୍ୟକତା ବିଷୟରେ ସମସ୍ତେ ଜାଣିବା ଉଚିତ୍ । ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଙ୍ଗ ସମୟରେ ଆପଣଙ୍କ ଆଧାର ଓ ପ୍ୟାନ ଲିଙ୍କ୍ ହେବା ଆବଶ୍ୟକ । ଆୟକର ବିଭାଗ ଅନୁସାରେ ବ୍ୟାଙ୍କ ଡ୍ରାଫ୍ଟର ନଗଦ କ୍ରୟ, ପେ ଅର୍ଡ଼ର ବା ଦିନକୁ ୫୦ ହଜାର ଟଙ୍କା ବା ତା’ ଠାରୁ ଅଧିକ ବ୍ୟାଙ୍କର୍ସ ଚେକ୍ ପାଇଁ ପ୍ୟାନ କାର୍ଡ଼ ପୈଠ କରିବାକୁ ପଡ଼େ ।

ଯଦି କାହା ନିକଟରେ ଦୁଇଟି ପ୍ୟାନ କାର୍ଡ଼ ଥାଏ, ତେବେ ତା’ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇନକମ ଟ୍ୟାକ୍ସ ଆକ୍ଟ ୧୯୬୧ ଅନୁସାରେ ଉକ୍ତ ବ୍ୟକ୍ତି ଉପରେ ୧୦ ହଜାର ଟଙ୍କାର ଜୋରିମନା ପଡ଼ିପାରେ ।

ଦୁଇଟି କାର୍ଡ ଥିଲେ ଗୋଟିିଏ କେମିତି ସରେଣ୍ଡର କରିବେ ?

ଏଥିପାଇଁ ପ୍ରଥମେ ଏନଏସଡିଏଲ ଓ୍ୱେବସାଇଟରେ ଲିଙ୍କ ଉପରେ କ୍ଲିକ କରନ୍ତୁ । ଏଥିରେ ନିଜ ସୂଚନା ଦିଅନ୍ତୁ । ତାକୁ ସବମିଟ୍ କରିବା ପରେ ଏକ ନୂଆ ପୃଷ୍ଠା ଆସିବ । ଫର୍ମ ଭରିବା ପରେ ଏକ ଟୋକନ ନମ୍ବର ଦେଖାଯିବ । ଏହି ଟୋକନ ନମ୍ବର ଆପଣଙ୍କ ମେଲ ଆଇଡିକୁ ପଠାଯିବ । ସେହି ପୃଷ୍ଠାର ଉପର ଭାଗରେ ଇ-ସାଇନ ଜରିଆରେ ସ୍କାନ ଇମେଜ ସବମିଟ କରିବାର ବିକଳ୍ପ ଥାଏ । ଏହାପରେ ନିଜ ବ୍ୟକ୍ତିଗତ ସୂଚନା ଏବଂ ଅନ୍ୟ ତଥ୍ୟ ପୂରଣ କରନ୍ତୁ । ସରେଣ୍ଡର କରିବାକୁ ଚାହୁଁଥିବା ପ୍ୟାନ କାର୍ଡ଼ ବିଷୟରେ ଦ୍ୱିତୀୟ ପୃଷ୍ଠାରେ ସୂଚନା ଦିଅନ୍ତୁ ।

ସୂଚନାଯୋଗ୍ୟ ପ୍ୟାନ କାର୍ଡ଼ ବିଭିନ୍ନ ପ୍ରକାରର ଅର୍ଥନୈତିକ କାରବାର ପାଇଁ ବ୍ୟବହାର ହୁଏ । ଇନକମ ଟ୍ୟାକ୍ସ ଭରିବା, ନୂଆ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଟ୍ୟାକ୍ସେବଲ ସାଲାରୀ ରିସିଭ୍ କରିବା,ଜମି କିଣାବିକା ଆଦିରେ ଆବଶ୍ୟକ ପଡ଼େ ।

Leave a Reply