ଦିବ୍ୟାଙ୍ଗ ପତ୍ନିଙ୍କୁ ଛାଡ଼ି ହସ୍ପିଟାଲ ଯିବାକୁ ମନା କଲେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଏହି ବୟସ୍କ

1 min read

ନିଷ୍ଠୁର କରୋନାର କରାଳ ରୂପଯେ କେତେ ଭୟଙ୍କର ତାହା ଦେଖିବା ବାକି ନାହିଁ । ଜନଜୀବନ ଉପରେ ତାହାର ଅତ୍ୟାଚାର କହିଲେ ନ ସରେ । ଗୋଟିଏ ପଟେ ଭ୍ୟାକସିନକୁ ନେଇ ମନରେ ଆଶା ଉଙ୍କି ମାରୁଥିବା ବେଳେ ଅନ୍ୟପଟେ ଭ୍ୟାକସିନ ଆସିବାରେ ବିଳମ୍ବ ହେବା ଘଟଣାରେ ମନ ମଉଳି ଯାଉଛି । କିନ୍ତୁ ଯାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ସମ୍ପର୍କ । କରୋନା ହୁଏତ ନିଷ୍ଠୁର ସାଜିଛି କିନ୍ତୁ ପରସ୍ପର ମଧ୍ୟରେ ଥିବା ସ୍ନେହ ଓ ପ୍ରେମରେ ପୂର୍ଣ୍ଣଛେଦ ପକାଇ ପାରିନାହିଁ । ନିକଟରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ସେହିଭଳି ଏକ ଦମ୍ପତ୍ତି ।

ଏହା ୭୦ ବର୍ଷୀୟ ଜଣେ ବୟସ୍କଙ୍କ କାହାଣୀ । ନିକଟରେ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ଉକ୍ତ ବୟସ୍କ । ଯାହାପରେ ତାଙ୍କୁ ସାଙ୍ଗରେ ନେଇଯିବା ପାଇଁ ଆସିଛନ୍ତି ହସ୍ପିଟାଲ କର୍ମଚାରୀ । କିନ୍ତୁ ସାଙ୍ଗରେ ଅଛନ୍ତି ଦିବ୍ୟାଙ୍ଗ ପତ୍ନି । ଯିଏ ଦେଖି ପାରନ୍ତି ନାହିଁ । ସ୍ୱମୀର ହାତ ଧରି ବାଟ ଚାଲନ୍ତି । ଏଭଳି ପରିସ୍ଥିତିରେ ସେ କାହା ସାହାରାରେ ବଞ୍ଚିବେ । ଗୋଟିଏ ପଟେ ବୟସ ଗଡ଼ି ଗଡ଼ି ଯାଉଥିବା ବେଳେ ଅନ୍ୟପଟେ ପତ୍ନି ପ୍ରତି ଥିବା ଭଲ ପାଇବା ଓ କର୍ତ୍ତବ୍ୟ ଠାରୁ ବୟସ୍କ ବ୍ୟକ୍ତି ଜଣକ ଦୂରେଇ ଯିବାକୁ ଚାହାଁନ୍ତି ନାହିଁ । ସାତ ଜନ୍ମ ପାଇଁ ହାତ ଧରିଥିବା ପତ୍ନିର ହାତ କେମିତି ବା ଛାଡ଼ିବେ? ତାଙ୍କୁ ଏକା ଛାଡ଼ି ଯାଇପାରିବେ ନାହିଁ । ଯେଉଁଥିପାଇଁ ତାଙ୍କୁ ସାଙ୍ଗରେ ନେଇଯିବାକୁ ଚାହାଁନ୍ତି ।

ଅରୁଣ ଜଜ୍ ନାମକ ଜଣେ ବ୍ୟକ୍ତି ଏହି ଖବର ଟ୍ୱିଟରରେ ଶେୟାର କରିଛନ୍ତି । ତାଙ୍କ କହିବା ଅନୁଯାୟୀ ଘଟଣା ତିରୁବନନ୍ତପୁରମର । ସୂଚନା ଅନୁସାରେ ବୟସ୍କ ଜଣକ ଜିଦି କରି ବସିଲେ ପତ୍ନିଙ୍କୁ ସାଙ୍ଗରେ ନେଇଯିବା ପାଇଁ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ପତ୍ନିଙ୍କ ଧ୍ୟାନ ରଖିବେ ବୋଲି ବୁଝାଇଲେ । କର୍ମଚାରୀଙ୍କ ପକ୍ଷରୁ ଆଶ୍ୱସନା ମିଳିବା ପରେ ସେ ତାଙ୍କ ପତ୍ନିଙ୍କୁ ଯିବାକୁ ଦେଲେ ।

Leave a Reply