ଟୁଇନ୍ ସିଟିରେ ହେବ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଏକାଡେମୀ, ଓସିଏ କାଉନସିଲ ବୈଠକରେ ନିଷ୍ପତ୍ତି

1 min read

କଟକ: ଓଡିଶା କ୍ରିକେଟର ଉନ୍ନତି ପାଇଁ ଅନେକ ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛି ଓସିଏ । ଟୁଇନ ସିଟି ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଏକାଡେମୀ, ବାରବାଟୀ ଷ୍ଟାଡିୟମ ନବୀକରଣ, ରଣଜୀ ଖେଳାଳିଙ୍କ ପେନସନ ବୃଦ୍ଧି ଓ ଜିଲ୍ଲା ସ୍ତରରେ ଟର୍ଫ ୱିଜେଟ କରିବାକୁ ନିଷ୍ପତ୍ତି ନେଇଛି ଓସିଏ । ଓସିଏ କାଉନସିଲ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଥିବାବେଳେ ଏହାକୁ ସ୍ୱାଗତ କରିଛନ୍ତି ପୂର୍ବତନ ରଣଜୀ ଖେଳାଳୀ ଓ କ୍ରୀଡା ସଂଗଠକ ।

ବଦଳିବ ଓଡିଶା କ୍ରିକେଟର ଭିତ୍ତିଭୂମି । ଆନ୍ତର୍ଜାତୀୟ ଢାଞ୍ଚାରେ ନିର୍ମାଣ ହେବ ଓସିଏ । ଜିଲ୍ଲା ସ୍ତରରେ ଟର୍ଫ ୱିକେଟ ଯୋଜନା । ଖର୍ଚ୍ଚ ହେବ ୫୦ କୋଟି ଟଙ୍କା । ଖୁବ ଶୀଘ୍ର ରାଜ୍ୟର କ୍ରିକେଟ ଭିତ୍ତିଭୂମିରେ ବଡ ଧରଣର ଉନ୍ନିତ କରିବାକୁ ଓସିଏ କାଉନସିଲ ନିଷ୍ପତ୍ତି ନେଇଛି । କଟକ-ଭୁବନେଶ୍ୱର ମଧ୍ୟରେ ଏକ ଅନ୍ତର୍ଜାତୀୟ ସ୍ତରର କ୍ରିକେଟ ଏକାଡେମୀ ତିଆରି କରିବ ଓସିଏ । ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟରେ ହେବାକୁ ଯୋଜନା କରାଯାଇଥିବାବେଳେ ଏଠାରେ ବର୍ଷ ତମାମ ୨ ଶହରୁ ଅଧିକ କ୍ରିକେଟର ରହି ଅଭ୍ୟାସ କରିବେ । ଏହାସହିତ ବାରବାଟୀ ଷ୍ଟାଡିୟମ ନବୀକରଣ କାମ ହେବ । ଓସିଏର ଏହି ଯୋଜନାକୁ ସ୍ୱାଗତ କରିଛନ୍ତି ପୂର୍ବତନ ରଣଜୀ ଖେଳାଳୀ ।

ପୂର୍ବତନ ରଣଜୀ ଖେଳାଳୀଙ୍କୁ ଓସିଏ ଦେଇ ଆସୁଥିବା ପେନସନକୁ ବୃଦ୍ଧି କରାଯାଇଛି । ଏହାଛଡା ଜିଲ୍ଲା ସ୍ତରରେ ଟର୍ଫ ୱିକେଟ କରିବାକୁ ଯୋଜନା କରିଛି ଓସିଏ । ଏହା ଫଳରେ ଯୁବ ଖେଳାଳୀ ଉପକୃତ ହେବେ ବୋଲି ଆଶା ରଖିଛନ୍ତି କ୍ରୀଡା ସଂଗଠକ । ଓସିଏର ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟରେ କ୍ରିକେଟର ପ୍ରସାର ହୋଇ ପାରିବ ବୋଲି ଆଶା ରଖିଛି ଓସିଏ ।

(କଟକରୁ ଅଜୟ ଦାସ)

Leave a Reply