କମ୍ ସମୟ, କମ୍ ଖର୍ଚ୍ଚରେ ମିଳିବ କରୋନା ଟେଷ୍ଟ୍‌ର ସଠିକ୍‌ ରେଜଲ୍‌ଟ, ଟାଟା ପ୍ରସ୍ତୁତ କରିଛି ‘ଫେଲୁଦା’

1 min read
paper_strip_test

ଭୁବନେଶ୍ୱର: କମ୍ ସମୟ, କମ୍ ଖର୍ଚ୍ଚ ଓ ସହଜରେ ମିଳିବ କରୋନା ଟେଷ୍ଟ ରେଜଲ୍‌ଟ । ଭାରତରେ ମିଳିବ ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟିଂ କିଟ୍‌ ‘ଫେଲୁଦା’ । ଏହାକୁ ଟାଟା ଗ୍ରୁପ୍ ଲଞ୍ଚ କରିଥିବାବେଳେ ଟେଷ୍ଟିଂ ପାଇଁ ଅନୁମତି ଦେଇଛି DCGI ।

ଟେଷ୍ଟିଂ ରେଜଲ୍‌ଟ ଖୁବ୍‌ କମ୍ ସମୟ ମଧ୍ୟରେ ଆସୁଥିବାରୁ, ସଂକ୍ରମିତ ଚିହ୍ନଟ କରିବା ସହଜ ହେବ ଜଲ୍‌ଦି ହେବ । ଅଧିକରୁ ଅଧିକ ଟେଷ୍ଟ ମଧ୍ୟ କରାଯାଇପାରିବ । ଏବେ ହେଉଥିବା RT-PCR ଟେଷ୍ଟିଂ ସହ ଫେଲୁଦା ସମାନ । ଆଣ୍ଟିଜେନ୍‌ ଟେଷ୍ଟରେ ଅନେକ ସମୟରେ ସମସ୍ୟା ଆସୁଥିବାରୁ ଫେଲୁଦା ଏହାର ବିକଳ୍ପ ହୋଇପାରିବ । ଏହାକୁ ବିକଶିତ କରିଛନ୍ତି କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଟଷ୍ଟ୍ରିଆଲ୍‌ ରିସର୍ଚ୍ଚ CSIR ଏବଂ ଇନିଷ୍ଟିଚ୍ୟୁଟ୍ ଅଫ୍ ଜୋନମିସ୍କ ଆଣ୍ଡ ଇଣ୍ଟରଗ୍ରେଟିଭ୍ ବାୟୋଲୋଜି I GIB । ଏହାର ବ୍ୟବହାର ଅତି ସହଜ ଭାବେ ହୋଇପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

https://www.facebook.com/NandighoshaTV/videos/1698912373598616/

ସେପଟେ ସୋମବାରଠୁ ପୁଣି ଆରମ୍ଭ ହେବ ଟିକା ପରୀକ୍ଷଣ । କୋଭିସିଲ୍ଡର ପରୀକ୍ଷା କରିବ ପୁଣେର ସେରମ ଇନଷ୍ଟିଚ୍ୟୁଟ୍ । ଭାରତରେ ଆରମ୍ଭ ହେବ ଅକ୍ସଫୋର୍ଡ କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ । ପୁଣେ ସାଶୁନ ଜେନେରାଲ ହସ୍ପିଟାଲରେ ମାନବ ପରୀକ୍ଷଣ ଆରମ୍ଭ କରାଯିବ । ଏନେଇ ସେରମ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ୧୫୦ରୁ ୨୦୦ ଜଣଙ୍କ ଶରୀରରେ ଏହି ଟିକା ପରୀକ୍ଷଣ କରାଯିବ ।

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହାୟତାରେ ଆଷ୍ଟ୍ରା ଜେନିକା ଦ୍ୱାରା ଏହି କୋଭିସିଲ୍ଡ ପ୍ରସ୍ତୁତ କରାଯାଉଛି । ଭାରତରେ ସେରମ ଇନଷ୍ଟିଚ୍ୟୁଟ୍ ଏହାର ପ୍ରସ୍ତୁତି ଓ ପରୀକ୍ଷଣ କରୁଛି । ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ୍ ଏହାର ପରୀକ୍ଷଣକୁ ସ୍ଥଗିତ ରଖିଥିଲା । ବ୍ରିଟେନର ଜଣେ ରୋଗୀଙ୍କ ଦେହରେ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା । ଫଳରେ ଏହାର ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା ।

Leave a Reply