RBI ରୁ ୯୭ ହଜାର କୋଟି ଟଙ୍କା ଋଣ ଆଣିବାକୁ କେନ୍ଦ୍ର ସରକାରଙ୍କ ଯୋଜନା

1 min read

ନୂଆଦିଲ୍ଲୀ: କରୋନା ପାଇଁ ବିଗିଡିବାରେ ଲାଗିଛି ଦେଶର ଅର୍ଥନୀତି । ଏଭଳି ସମୟରେ GST କ୍ଷତିପୂରଣ ନେଇ ଚିନ୍ତାରେ ପଡିଛନ୍ତି କେନ୍ଦ୍ର ସରକାର । GST କ୍ଷତିପୂରଣ ପାଇଁ ରାଜ୍ୟମାନେ ୯୭ ହଜାର କୋଟି ଟଙ୍କା ଋଣ କରିବା ପାଇଁ ସହମତି ଜଣାଇଛନ୍ତି । ଏହି ଋଣ ଯୋଜନାକୁ ୨୧ଟି ରାଜ୍ୟ ସମର୍ଥନ କରିଛନ୍ତି । ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର, ମେଘାଳାୟ, ମିଜୋରାମ, ନାଗାଲାଣ୍ଡ, ଓଡିଶା, ତ୍ରିପୁରା, ଉତ୍ତରାଖଣ୍ଡ, ସିକ୍କିମ ଓ ଉତ୍ତର ପ୍ରଦେଶ ସରକାରଙ୍କ ସମେତ କଂଗ୍ରେସ ଶାସିତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ କେନ୍ଦ୍ରସରକାରଙ୍କ GST ଋଣ ଯୋଜନାକୁ ସମର୍ଥନ ଜଣାଇଛନ୍ତି ।

ତେବେ ଝାଡଖଣ୍ଡ, କେରଳ, ମହାରାଷ୍ଟ୍ର ,ପଶ୍ଚିମବଙ୍ଗ, ତାମିଲନାଡୁ, ତେଲେଙ୍ଗାନା, ରାଜସ୍ଥାନ ଓ ପଞ୍ଜାବ ସରକାର ଏବେ ବି ସେମାନଙ୍କ ନିଷ୍ପତ୍ତି ଶୁଣାଇ ନାହାଁନ୍ତି । କରୋନା ସମୟରେ GST କମ୍ ଆଦାୟ ହୋଇଥିବାରୁ ଓ ଏହାର କ୍ଷତିପୂରଣ ନେଇ ସରକାର ଋଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର GST କ୍ଷତିପୂରଣ ପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଖରେ ଦୁଇଟି ପ୍ରସ୍ତାବ ରଖିଥିଲେ । ଗୋଟିଏ ହେଉଛି RBI ପାଖରୁ ଋଣ ଆଣିବା ଅନ୍ୟଟି ହେଉଛି ବଜାରରୁ ଋଣ ନେବା । ତେବେ RBI ପାଖରୁ ୯୭ ହଜାର କୋଟି ଟଙ୍କାର ଋଣ ଆଣିବା ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ୨୧ଟି ରାଜ୍ୟର ସରକାର ।

Leave a Reply