୫ ଦଫା ଦାବିରେ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଦିଆଯାଇଛି ଅବରୋଧ ଡାକରା

1 min read

ତାଳଚେର: ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ୫ ଦଫା ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଏହି ଅବରୋଧ ଡାକରା ଦିଆଯାଇଛି । ତାଳଚେରସ୍ଥିତ ଟିଟିପିଏସ୍, ଏନଟିପିସିକୁ କାର୍ଯ୍ୟକାରୀ ରଖି ଏକକାଳୀନ ନୂତନ ପ୍ଳାଣ୍ଟ ନିର୍ମାଣ , ନବଗଠିତ ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନକୁ ତୁରନ୍ତ ଖୋଲିବାକୁ ଦାବି କରାଯାଇଛି । 

ଏହାସହ ୨୦୨୧-୨୨ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ନାମ ଲେଖିବା , ତାଳଚେର ରେଳ ଷ୍ଟେସନ ଠାରୁ ଅନୁଗୁଳ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ରେଳପଥକୁ  ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା , କଣିହାଁ ବ୍ଲକ ଓ ପାଲଲହଡା ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ରେଳଯାତ୍ରାର ସୁଯୋଗ ଦେବା ପାଇଁ ତାଳଚେର-ପୁରୀ ପାସେଞ୍ଜର ଟ୍ରେନକୁ NTPC ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ଆଦି ଦାବି କରିଛନ୍ତି ।

ପ୍ରଦୂଷଣ କମାଇବା ସହ ଆଞ୍ଚଳିକ ବେକାରି ଦୂରୀକରଣ ନିମନ୍ତେ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ସମସ୍ତ କୋଇଲା ପରିବହନ ରେଳଡବା ଗୁଡିକୁ ପାଲ ଘୋଡାଇବା ଦାବି କରି ଏହି ଅର୍ଥନୈତିକ ଅବରୋଧ ଡାକରା ଦିଆ ଯାଇଛି । ଅନିର୍ଦିଷ୍ଟ କାଳ ପାଇଁ ଡାକରା ଦିଆ ଯାଇଥିବା ଏହି ଅବରୋଧ ବେଳେ ସମସ୍ତ ଖଣିରୁ କୋଇଲା ଉତ୍ତୋଳନ ଓ ପରିବହନ ବନ୍ଦ ରହିଛି । ଏହା ସହ ବିଭିନ୍ନ ଖଣି ଆଗରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଛି ।

Leave a Reply