ଚୁକ୍ତି ଅନୁସାରେ ଫ୍ଲାଟ ନଦେଲେ ସୁଧ ସହ ବିଲ୍ଡର ଫେରାଇବେ ଟଙ୍କା

1 min read
Supreme Court Verdict Flat Buyers Builders Return Full money If Not Fulfilled House As Per Condition

ନୂଆଦିଲ୍ଲୀ: ଚଳିବନି ବିଲ୍ଡରଙ୍କ ମନମାନି । ଗ୍ରାହକଙ୍କୁ ମିଳିବ ନ୍ୟାୟ । ସମୟାନୁସାରେ ଫ୍ଲାଟ ନଦେଲେ ସୁଧ ସହ ମୂଳ ଟଙ୍କା ଫେରାଇବେ ବିଲ୍ଡର । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଉମେଶ ଲଲିତ ଓ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କ ଖଣ୍ଡପୀଠ କହିଛନ୍ତି- ବିଲ୍ଡରଙ୍କ ଏକତରଫା ମନମାନି ଆଉ ଚଳିବ ନାହିଁ । ଘର କିଣୁଥିବା ବ୍ୟକ୍ତି କିସ୍ତି କିମ୍ବା ଋଣ କରି ଟଙ୍କା ଦେବାକୁ ବାଧ୍ୟ ହୁଏ । ନଦେଲେ ବିଲ୍ଡର ଜରିମାନ ପକାଇବା ସହ ଟଙ୍କା ଦେବାକୁ ବାଧ୍ୟ କରେ । କିନ୍ତୁ, ବିଲ୍ଡର ଚୁକ୍ତି ଅନୁସାରେ ଫ୍ଲାଟ୍ ନଦେଲେ କାହିଁକି ଜରିମାନା ଲାଗିବ ନାହିଁ ।

Supreme Court Verdict Flat Buyers Builders Return Full money If Not Fulfilled House As Per Condition

ଯଦି ସମୟରେ ଗ୍ରାହକଙ୍କୁ ସର୍ତ୍ତ ମୁତାବକ ଫ୍ଲାଟ୍ ମିଳିବ ନାହିଁ ତ ବିଲ୍ଡରଙ୍କୁ ଜମା ଟଙ୍କାର ୯ ପ୍ରତିଶତ ସୁଦ୍ଧ ଟଙ୍କା ଅନୁସାରେ ମୂଳ ସହ ଫେରାଇବାକୁ ପଡ଼ିବ । ବିଲ୍ଡରଙ୍କ ମନମାନିକୁ ଖଣ୍ଡପୀଠ ଅନଫେୟାର୍ ବିଜନେସ୍ ପ୍ରାକ୍ଟିସ୍ ବିବେଚନା କରିଛନ୍ତି । ଗୁରୁଗ୍ରାମରେ ଅଧାପନ୍ତରିଆ ଭାବେ ପଡ଼ିଥିବା ପ୍ରୋଜେକ୍ଟ ନେଇ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି । ଧାର୍ଯ୍ୟ ସମୟରେ ବିଲ୍ଡର ଘର ନଦେଲେ ବିନା ବିତର୍କରେ ଘର କ୍ରେତାଙ୍କୁ ସମ୍ପୂର୍ଣ୍ଣ ଅର୍ଥ ସୁଧ ସହ ଫେରାଇବେ ।

Supreme Court Verdict Flat Buyers Builders Return Full money If Not Fulfilled House As Per Condition

ସୁପ୍ରିମକୋର୍ଟ ବିଲ୍ଡରଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । କୋର୍ଟଙ୍କ ଆଦେଶ ପାଳନ ନକଲେ ଆବେଦନକାରୀଙ୍କୁ ୧ କୋଟି ୬୦ ଲକ୍ଷ ଟଙ୍କା ୧୨ ପ୍ରତିଶତ ସୁଦ୍ଧ ସହ ଦେବାକୁ ପଡ଼ିବ । ତେବେ, ଆଶ୍ଚର୍ଯ୍ୟର କଥା ହେଉଛି କୋର୍ଟଙ୍କ ଏହି ନିଷ୍ପତ୍ତି ଡେଭଲପରଙ୍କ ଆବେଦନ ଉପରେ ଆସିଛି । ଯେଉଁଥିରେ ଡେଭଲପର ରାଷ୍ଟ୍ରୀୟ ଉପଭୋକ୍ତା ଆୟୋଗଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ।

Supreme Court Verdict Flat Buyers Builders Return Full money If Not Fulfilled House As Per Condition

ଶୁଣାଣି ବେଳେ ବିଲ୍ଡର ଘର କିଣିଥିବା ବ୍ୟକ୍ତିଙ୍କୁ ଅନ୍ୟ ପ୍ରୋଜେକ୍ଟରେ ଘର ନେବାକୁ ଅଫର୍ ଦେଇଥିଲେ । କିନ୍ତୁ, ସୁପ୍ରିମକୋର୍ଟ କହିଥିଲେ- ଏହା ଘର କିଣିଥିବା ବ୍ୟକ୍ତି ଉପରେ ନିର୍ଭର କରେ । ଗ୍ରାହକ ବିଲ୍ଡରଙ୍କ କଥା ମାନିବାକୁ ବାଧ୍ୟ ନୁହେଁ । ସୁପ୍ରିମକୋର୍ଟ ଉପଭୋକ୍ତା ଆଇନ୍ ୧୯୮୬ ପ୍ରକାରେ ସର୍ତ୍ତକୁ ଭାଙ୍ଗିବା ଧାରା ୨(୧) (ଆର୍) ବିରୋଧୀ । ଘର କିଣୁଥିବା ଗ୍ରାହକ ରେରା ସହିତ ଅଦାଲତର ଆଶ୍ରୟ ନେଇପାରିବେ ବୋଲି ସୁପ୍ରିମକୋର୍ଟ ରାୟରେ କହିଛନ୍ତି ।

Leave a Reply