କାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ମୁତୟନ ହେବେ ୨୮ ପ୍ଲାଟୁନ୍ ଫୋର୍ସ

1 min read
Security Arrangements For CM Naveens Kalahandi Visit

ଭୁବନେଶ୍ୱର: ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ । କରୋନା ପ୍ରଭାବ ହ୍ରାସ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଗାଇଡଲାଇନକୁ ଅଧିକ ଫୋକସ କରାଯାଇଛି । ଆସିବାଠୁ ଯିବାଯାଏ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହେଲିପ୍ୟାଡରୁ ମୁଖ୍ୟମନ୍ତ୍ରୀ ମଞ୍ଚକୁ ଯିବା ଯାଏ କଣ ରହିବ ସୁରକ୍ଷା ବ୍ୟବସ୍ଥା, ତାହାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସମାରୋହରେ ଯୋଗ ଦେବା ପାଇଁ ଆସୁଥିବା ଲୋକଙ୍କ ପାଇଁ କଳା ପୋଷାକ ଓ ବ୍ୟାଗ ମନା କରାଯାଇଛି । ସାଧାରଣ ଲୋକଙ୍କ ସହ ଭଲ ବ୍ୟବହାର ରହିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

Security Arrangements For CM Naveens Kalahandi Visit

କଳାହାଣ୍ଡି ଗସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳର ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ବ୍ୟବସ୍ଥାରେ ସଭାସ୍ଥଳ ପାଖରେ ଦଳୀୟ ପତାକା ନ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ତନ୍ନ ତନ୍ନ କରି ସ୍ପଟ୍ ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ । କଳାହାଣ୍ଡି ସମେତ ପାଖ ଜିଲ୍ଲା ଗୁଡ଼ିକରୁ ଅଧିକ ପୋଲିସ ଫୋର୍ସ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଅଣାଯାଇଛି । ମୁଖ୍ୟମନ୍ତ୍ରୀଙ୍କଠାରୁ ୩୦ ଫୁଟ୍ ଦୂରତା ଯେପରି ଲୋକ ରଖିବେ, ତାହାର ବ୍ୟବସ୍ଥା କରାଯିବ । ୨୮ ପ୍ଲାଟୁନ ଫୋର୍ସ ମୁଖ୍ୟମନ୍ତ୍ରୀଙ୍କୁ ଜଗିବେ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ତିନିଟି ବାଟ ରଖାଯାଇଛି । ମୁଖ୍ୟ ଏଣ୍ଟ୍ରି ଗେଟରେ ଭିଆଇପି, ପୋଲିସ ଓ ମିଡିଆ ଆସିବେ । ଦ୍ୱିତୀୟରେ ଗାଡ଼ି ପାର୍କିଂ ଓ ତୃତୀୟରେ ସଭାରେ ଯୋଗ ଦେବାକୁ ଲୋକ ଆସିବେ । ଷ୍ଟେଜ ପଛର ମୁତୟନ ହେବେ ଅଧିକ ଫୋର୍ସ ।

Security Arrangements For CM Naveens Kalahandi Visit

ପାଖାପାଖି ୨୫୦୦ ଲୋକ ଏହି ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଣ୍ଟ୍ରି ଗେଟରେ ସେମାନଙ୍କ ସବିଶେଷ ତଥ୍ୟ ଯାଞ୍ଚ କରିବେ ପୋଲିସ । ପୋଲିସ ପାଇଁ ମାସ୍କ ଓ ଫେସ୍ ହେଲମେଟ୍ ବାଧ୍ୟତାମୂଳକ କରାଯାଇଛି । ସେହିପରି ଲୋକଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣିବାର ନିୟମ ରଖାଯାଇଛି । ସ୍ୱାସ୍ଥ୍ୟ କର୍ମଚାରୀ ଓ ପୋଲସି ମିଳିତ ଭାବେ ଲୋକଙ୍କ ତାପମାତ୍ରା ଯାଞ୍ଚ କରିବେ । ବିନା ପାସରେ କାହାକୁ ଭିତରକୁ ଯିବାକୁ ଅନୁମତି ନାହିଁ । ସଭା ସମୟରେ ଅଧିକ ସମୟ ମୋବାଇଲ ଫୋନକୁ ନ ଦେବା ପାଇଁ ଚେତାବନୀ ଦେଇଛନ୍ତି କଳାହାଣ୍ଡି ଏସପି । କୌଣସି ଲୋକ ଯେପରି କଳା କପଡ଼ା ନ ଆଣିଥିବେ, ତାକୁ ସୁରକ୍ଷା ବ୍ୟବସ୍ଥାରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ବ୍ୟାଗ୍ ବି ଆଣି ପାରିବେ ନାହିଁ ଲୋକ ।

Security Arrangements For CM Naveens Kalahandi Visit

ଗୁରୁବାର ସକାଳ ୬ଟା ସୁଦ୍ଧା ପୋଲିସ ସଭାସ୍ଥଳ ପହଞ୍ଚିବେ । ମୁଖ୍ୟମନ୍ତ୍ରୀ ଲ୍ୟାଣ୍ଡିଂରୁ ଫେରିବା ଯାଏ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିବ । ମୁଖ୍ୟମନ୍ତ୍ରୀଙ୍କ ଯିବା ପରେ ଭିଆଇପି ଓ ସାଧାରଣ ଲୋକ କିପରି ଟ୍ରାଫିକ୍ ନିୟମ ମାନି ଫେରିବେ, ତାକୁ ନେଇ ମଧ୍ୟ ମକ ଡ୍ରିଲ କରାଯାଇଛି । ଗୁରୁବାର ମଙ୍ଗଳପୁରଠାରେ ବହୁ ପ୍ରତୀକ୍ଷିତ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave a Reply