ପ୍ରୋଟିଭିଟର ପୂର୍ବାନୁମାନ: ମେ ମଧ୍ୟଭାଗରେ ଭାରତରେ ଭୟଙ୍କର ରୂପ ନେବ ମହାମାରୀ କରୋନା

1 min read

ନୂଆଦିଲ୍ଲୀ: ଏପ୍ରିଲ୍ ୨୨ ସୁଦ୍ଧା ଦେଶରେ ୧୯ ହଜାର ୯୮୩ ଲୋକ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି । ଯଦିଓ ଭାରତର ସ୍ଥିତି ୟୁରୋପ, ଇଟାଲୀ ଓ ଆମେରିକା ଠାରୁ ଭଲ୍ ଅଛି । କିନ୍ତୁ ଏହି ସ୍ଥିତି ମେ ମାସରେ ବିଗିଡ଼ି ଯାଇପାରେ । ଅର୍ଥାତ୍ ଆମେରିକା ଭଳି ଦେଶରେ କରୋନା ତାର କାୟାକୁ ପ୍ରସାର କରିପାରେ । ଭାରତରେ ଏବେ ଯେଉଁ ସ୍ଥିତି ଅଛି ତାହା ମେ ମାସ ମଧ୍ୟଭାଗ ବେଳକୁ ଆହୁରି ଉଗ୍ର ହେବ । ତା ପରେ ସଂକ୍ରମଣ ସଂଖ୍ୟା ଧୀରେ ଧୀରେ ହ୍ର।ସ ପାଇବ ବୋଲି ପ୍ରୋଟିଭିଟ ନାମକ ଏକ ସଂସ୍ଥା ଅନୁମାନ ଲଗାଇଛି । ଚୀନ ଓ ଦକ୍ଷିଣ କୋରିଆ ସ୍ଥିତିକୁ ବିଶ୍ଲେଷଣ କରି ଭାରତରେ ମେ ୨୨ ତାରିଖ ବେଳକୁ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଅତିକ୍ରମ କରିଯିବ ବୋଲି ସଂସ୍ଥା ଅନୁମାନ କରିଛି ।

ସଂକ୍ରମଣକୁ ତିନି ପର୍ଯ୍ୟାୟରେ ବିଭକ୍ତ କରି ଏହାର ସମୀକ୍ଷା କରାଯାଇଥିଲା । ମାସକୁ ମାସ କେତେ ସଂକ୍ରମଣ ହେବ, ଏଥିପାଇଁ କେତେ ସମୟ ଲାଗୁଛି ଏବଂ କେତେ ସଂକ୍ରମିତ ହେଉଛନ୍ତି ତାକୁ ନେଇ ତିନି ସ୍ତରରେ ସମୀକ୍ଷା କରାଯାଇ ଏପରି ଏକ ରିପୋର୍ଟ ପ୍ରସ୍ତୁତ କରିଛି ପ୍ରୋଟିଭିଟ ସଂସ୍ଥା । ଏହି ମଡେଲ ଇଟାଲୀ ଓ ଆମେରିକାରେ ପ୍ରୟୋଗ ହୋଇସାରିଥିବାବେଳେ ସଂସ୍ଥା ଏବେ ଭାରତରେ ପ୍ରୟୋଗ କରୁଛି ।

ରାପିଡ୍ ଆଣ୍ଟିବଡି ଟେଷ୍ଟକୁ ୨ ଦିନ ପାଇଁ ବନ୍ଦ କଲା ICMR

ସଂସ୍ଥାର ପୂର୍ବାନୁମାନ ଅନୁସାରେ ଯଦି ମେ ୩ ପରେ ଲକଡାଉନ ହଟାଯିବ ତେବେ ସଂକ୍ରମଣ ହାର ୦.୮ ପ୍ରତିଶତ ରହିବ । ସେହିପରି ମେ ୧୫ ଯାଏଁ ଲକଡାଉନ ଅବଧି ବୃଦ୍ଧି କରାଗଲେ ତେବେ ସେପ୍ଟେମ୍ବର ୧୫ ସୁଦ୍ଧା ସଂକ୍ରମଣ ହାର ଶୂନରେ ପହଞ୍ଚିଯିବ । ସେହିଭଳି ଯଦି ମେ ୩୦ ଯାଏଁ ଲକଡାଉନ ବଳବତ୍ତର ରହିବ ତେବେ ଜୁନ୍ ମଧ୍ୟଭାଗରେ ସଂକ୍ରମଣ ହାର ଶୂନରେ ପହଞ୍ଚିଯିବ ।

Leave a Reply