ରାପିଡ୍ ଆଣ୍ଟିବଡି ଟେଷ୍ଟକୁ ୨ ଦିନ ପାଇଁ ବନ୍ଦ କଲା ICMR

1 min read

ନୂଆଦିଲ୍ଲୀ: ବ୍ୟାପକ କରୋନା ନମୁନା ପରୀକ୍ଷା ପାଇଁ ଆରମ୍ଭ ହୋଇଥିବା ରାପିଡ୍ ଆଣ୍ଟିବଡି ଟେଷ୍ଟ ଉପରେ କଟକଣା ଜାରି କରିଛି ICMR । ଭାରତୀୟ ଔଷଧ ଗବେଷଣା ପରିଷଦର ଆର୍.ଗଙ୍ଗାଖେଡକର କହିଛନ୍ତି ରାଜ୍ୟଗୁଡ଼ିକ ଆଗାମୀ ୨ ଦିନ ରାପିଡ୍ ଟେଷ୍ଟିଂ କିଟ ପରୀକ୍ଷଣ କରିବେ ନାହିଁ । ଗ୍ରାଉଣ୍ଡରେ ଟିମ୍ ଏହାକୁ ପରୀକ୍ଷା କଲାପରେ ପରବର୍ତ୍ତ ଆଡଭାଇଜରୀ ଜାରି କରାଯିବ ।

ରାପିଡ୍ ଟେଷ୍ଟିଂ କିଟ୍ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ପଠାଇବା ଆରମ୍ଭ କରିଥିଲେ । କିଟଗୁଡ଼ିକ ଖରାପ ଥିବା ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କୁହାଯାଇଥିବା ବେଳେ ରାଜସ୍ଥାନ ସରକାର ଟେଷ୍ଟ ରିପୋର୍ଟ ଠିକ୍ ଆସୁନଥିବା କହିଥିଲେ । ଏପରିକି ରାଜସ୍ଥାନ ରାପିଡ୍ ଟେଷ୍ଟିଂକୁ ବନ୍ଦ କରିଦେଇଥିଲା । ଅଭିଯୋଗ ପାଇବା ପରେ ICMR ୨ ଦିନ ପାଇଁ ରାପିଡ୍ ଟେଷ୍ଟ ଉପରେ ପ୍ରତିବନ୍ଧକ ଜାରି କରିଛି ।

ସୋମବାର ICMR କିଟ୍ ଗୁଡ଼ିକୁ ୨୦ ଡିଗ୍ରୀରୁ କମ୍ ତାପମାତ୍ରାରେ ରଖିବାକୁ ପରାମର୍ଶ ଦେଇଥିଲା । କିଟକୁ ଉକ୍ତ ତାପମାତ୍ରାରେ ରଖିବା ପରେ ବି ପରୀକ୍ଷା ରିପୋର୍ଟ ଠିକ୍ ଆସିନଥିବା ରାଜସ୍ଥାନ କହିଥିଲା ।

Leave a Reply