ଷ୍ଟାଚ୍ୟୁ ଅଫ୍ ୟୁନିଟି ପାଇଁ ୮ଟି ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

1 min read

ଗୁଜୁରାଟ: ଏବେ ଆହୁରି ସହଜ ହେବ ଗୁଜରାଟର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି ବୁଲି ଦେଖିବା । ଦିଲ୍ଲୀରୁ ସିଧାସଳଖ କେଭାଡିଆକୁ ଯିବ ଟ୍ରେନ୍ । ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୮ଟି ନୂଆ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ପ୍ରଥମ ଥର ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଗୋଟିଏ ସ୍ଥାନକୁ ଏତେ ଗୁଡ଼ିଏ ଟ୍ରେନ୍ ଚଳାଚଳ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ହଜରତ ନିଜାମୁଦ୍ଦିନ ସମେତ ଅନ୍ୟ ୮ଟି ଷ୍ଟେସନରୁ କେଭାଡିଆ ପାଇଁ ଚାଲୁଥିବା ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀ ହଜରତ ନିଜାମୁଦ୍ଦିନ ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଯୋଗ ଦେଇଥିଲେ । ଷ୍ଟାଚ୍ୟୁ ଅଫ୍ ୟୁନିଟି ଏବଂ ନୂତନ ଟ୍ରେନ୍ ଚଳାଚଳ ନେଇ ସମସ୍ତ ସୂଚନା ଦିଆଯାଇଥିଲା ।

କେଭାଡିଆରୁ ଦାଦର, ବାରଣାସୀ, ଅହମ୍ମଦାବାଦ, ହଜରତ ନିଜାମୁଦ୍ଦିନ, ରେଓ୍ୱା, ଚେନ୍ନାଇ, ପ୍ରତାପନଗର ମଧ୍ୟରେ ଚ୍ରେନ ଚଳାଚଳ କରିବ । ତେବେ ପ୍ରଧାନମନ୍ତ୍ରୀ କେଭାଡ଼ିଆ ରେଲୱେ ଷ୍ଟେସନର ଉଦଘାଟନ  କରିବା ସହ ବ୍ରାଣ୍ଡଗେଜ ଲେନର ମଧ୍ୟ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କୋଭାଡ଼ିଆ ଦେଶର ଛୋଟମୋଟ ସହର ହୋଇ ଆଉ ନାହିଁ ।  କେଭାଡ଼ିଆରେ ଏବେ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଠାରୁ ମଧ୍ୟ ଅଧିକ ଲୋକ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟ ଦେଖିବାକୁ ପହଞ୍ଚୁଛନ୍ତି । ସେ କହିଛନ୍ତି ଏବେ ପର୍ଯ୍ୟନ୍ତ ୫୦ ଲକ୍ଷ ଲୋକ ଏହି ପ୍ରତିମାକୁ ଦେଖିସାରିଛନ୍ତି ଏବଂ କିଛିଦିନ ପରେ ପ୍ରତ୍ୟେକ ଦିନ ଲକ୍ଷେରୁ ଅଧିକ ଲୋକ ଆସି ଏହି ପ୍ରତିମୂର୍ତ୍ତି ଦେଖିବାକୁ ପହଞ୍ଚିବେ ।

Leave a Reply