SITର ଜଣେ ସଦସ୍ୟ କରୋନା ପଜିଟିଭ ,SSR ମୃତ୍ୟ ମାମଲା ତଦନ୍ତରେ ଲାଗିଲା ବ୍ରେକ୍

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତରେ ଲାଗିଲା ବ୍ରେକ । ଏସଆଇଟିର ଜଣେ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଣ୍ଟିଜେନ ଟେଷ୍ଟିଂ ରିପୋର୍ଟ ପଜିଟିଭ୍ ଆସିବା ପରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟ ମାମଲାର ବାଧା ସୃଷ୍ଟି ହୋଇଛି । ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଗୁମର ଖୋଲିବାରେ ଲାଗିଥିଲା । ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ଏନସିବିରେ ହାଜର ହୋଇଥାନ୍ତେ ରିୟା ଚକ୍ରବର୍ତ୍ତୀଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ଓ ତାଙ୍କ ନିକଟତମ ଜୟା ଶାହା । ଏଥିପାଇଁ ଦୁହିଁଙ୍କୁ ସମନ ହୋଇଥିଲା ।

ଏନସିବି ଏସଆଇଟିରେ ହାଜର ହୋଇଥିଲେ ଶ୍ରୁତି । ହେଲେ ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ଫେରାଇ ଦିଆଯାଇଛି । ଡ୍ରଗ୍ସ ଲିଙ୍କ ମାମଲାରେ ରିୟା ଓ ତାଙ୍କ ଭାଇ ସୌଭିକ ପୂର୍ବରୁ ଗିରଫ ହୋଇସାରିଛନ୍ତି । ରିୟାଙ୍କୁ ଜେରା ବେଳେ ସେ ଶ୍ରୁତି ଓ ଜୟାଙ୍କ ନାଁ ନେଇଥିଲେ ।

ଆଗକୁ ବଲିଉଡ଼ ସେଲିବ୍ରିଟିଙ୍କ କିଛି ନାଁ ସାମ୍ନାକୁ ଆସିବା ସମ୍ଭାବନା ଥିବା ବେଳେ, ସେମାନଙ୍କୁ ଆଗାମି ଦିନରେ ଜେରାର ସମ୍ମୁଖୀନ ହେବାକୁ ପଡିପାରେ । ସେପଟେ ଇଡି ତଦନ୍ତରେ ମଧ୍ୟ ଏମାନଙ୍କ ନାଁ ରହିଛି । ରିୟା ଓ ଜୟାଙ୍କ ମଧ୍ୟରେ ହୋଇଥିବା ଡ୍ରଗ୍ସ ସମ୍ବନ୍ଧୀୟ ଚାଟ୍ସ ମଧ୍ୟ ଇଡି ପାଖରେ ରହିଛି । ଶୃତି ମୋଦି ରିୟାଙ୍କର ପୂର୍ବତନ ମ୍ୟାନେଜର ଥିବାବେଳେ ଜୟା ଶାହା ରିୟା ଓ ସୌଭିକଙ୍କ ନିକଟତମ ବନ୍ଧୁ ଥିଲେ ।

ପୂର୍ବରୁ ଇଡି ପଚରାଉଚରା ବେଳେ ଜୟା ସ୍ୱୀକାର କରିଥିଲେ ଯେ ସେ ସିବିଡି ଅଏଲ ସେବନ କରନ୍ତି ଏବଂ ଚିନ୍ତାରୁ ମୁକ୍ତି ପାଇଁ ସେ ସୁଶାନ୍ତଙ୍କୁ ମଧ୍ୟ ଏହା ସେବନ ପାଇଁ କହିଥିଲେ । ଗତ ୧୪ ଜୁନରେ ସୁଶାନ୍ତ ତାହ୍କ ବାନ୍ଦ୍ରାସ୍ଥିତ ଘରେ ସୁଇସାଇଟ କରିଥିଲେ । ମାମାଲାରେ ସିବିଆଇ ତଦନ୍ତ କରୁଥିବା ବେଳେ ଏପଟେ ଡ୍ରଗ୍ସ ଲିଙ୍କ ରେ ଛନ୍ଦି ହେଉଛି ବଲିଉଡ଼ର ବଡ଼ବଡ଼ ନାଁ ।

Leave a Reply