ଶିବସେନାର ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ପ୍ରସ୍ତାବକୁ କଂଗ୍ରେସ, ଏନସିପିର ସମର୍ଥନ !

1 min read

ମୁମ୍ବାଇ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ବେଳେ ସରକାର ଗଠନ ନେଇ ହଟିଛି ସସପେନ୍ସ । ବୈଠକ ପରେ ବୈଠକ କରୁଥିବା ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ସହମତି ହୋଇଛି । ମିଳିଥିବା ସୂଚନା ଅନୁସାରେ ଶିବସେନାକୁ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ପଦ ମିଳିବ । ଏନସିପି ଓ କଂଗ୍ରେସରୁ ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ହେବେ । ଏନେଇ ୩ ଦଳ ମଧ୍ୟରେ ବୁଝାମଣା ହୋଇଛି ।ସରକାର ଗଠନକୁ ନେଇ ଶିବସେନା, କଂଗ୍ରେସ ଓ ଏନସିପି ମଧ୍ୟରେ ଲଗାତାର କଥାବାର୍ତ୍ତା ଚାଲିଛି । ୩ ଦଳ ମଧ୍ୟରେ ଶିବସେନାକୁ ମୁଖ୍ୟମନ୍ତ୍ରୀ ପଦ ମିଳିବ । ଏନସିପିରୁ ୧୪ ଜଣ ଓ କଂଗ୍ରେସରୁ ୧୨ ଜଣଙ୍କୁ ମନ୍ତ୍ରୀପଦ ମିଳିବ । ଶିବସେନାରୁ ମୁଖ୍ୟମନ୍ତ୍ରୀ ସହ ୧୪ ଜଣ ମନ୍ତ୍ରୀ ହେବେ ।

https://nandighoshatv.combjp-shivsena-alliance-over-in-maharastra/

ତେବେ, ଦୀର୍ଘଦିନ ଧରି ବିଜେପି ସହ ମେଣ୍ଟରେ ରହିଥିବା ଶିବସେନା ଦୋସ୍ତି ଭାଙ୍ଗିବା ପରେ କଂଗ୍ରେସ, ଏନସିପି ସହ ମିଶି ସରକାର ଗଠନ କରିବାକୁ ଯାଉଛି । ')}

Leave a Reply