ଆଜି ଶିଶୁଦିବସ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ

1 min read

ଆଜି ଶିଶୁଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ । ପିଲାଙ୍କ ଗହଣରେ ଚାଚା ନେହେରୁ ଭାବେ ପରିଚିତ ଜବାହାରଙ୍କ ସ୍ମୃତିରେ ଆଜି ଶିଶୁ ଦିବସ ପାଳନ କରାଯାଉଛି ।

ଦେଶର ଭବିଷ୍ୟତ ନିର୍ମାଣରେ ଶିଶୁଙ୍କ ମହତ୍ତ୍ଵ ଏବଂ ଶିଶୁ ଅଧିକାର ପ୍ରତି ଲୋକଙ୍କୁ ସଚେତନ କରାଇବାକୁ ଉଦ୍ୟମ କରାଯାଉଛି। ଏ ଅବସରରେ ସ୍କୁଲ ମାନଙ୍କରେ ଖେଳକୁଦ ଓ ବିଭିନ୍ନ ପ୍ରତିଯ଼ୋଗିତାର ଆୟୋଜନ କରାଯାଇଥାଏ । ଶିଶୁଙ୍କୁ ସର୍ବଦା ଉତ୍ତମ ଶିକ୍ଷା, ପୋଷଣ ଏବଂ ସଂସ୍କାର ମିଳିବା ନେଇ ସର୍ବଦା ଚେଷ୍ଟିତ ଥିଲେ ଚାଚା ନେହରୁ । ୨୭ ମଇ ୧୯୬୪ରେ ନେହରୁଙ୍କ ପରଲୋକ ପରେ ସେହିବର୍ଷରୁ ୧୪ ନଭେମ୍ବରକୁ ଶିଶୁ ଦିବସ ଭାବେ ପାଳିତ ହୋଇ ଆସୁଛି।

ଆଜିର ଶିଶୁ କାଲିର ନାଗରିକ । ସେମାନଙ୍କୁ ଇଶ୍ୱରଙ୍କ ପ୍ରତିରୂପ ଭାବରେ ନେହେରୁ ବିଚାର କରି ଆସୁଥିଲେ । ତେଣୁ ଦେଶମାତୃକାର ନିର୍ମାଣରେ ଶିଶୁମାନଙ୍କର ଶାରୀରିକ ଓ ମାନସିକ ଅଗ୍ରଗତିର ଆବଶ୍ୟକତା ରହିଥିବା ନେଇ ନେହେରୁ ସଦାସର୍ବଦା ଧ୍ୟାନ ଦେଇ ଆସୁଥିଲେ । ଶିଶୁମାନେ ଶାରିରୀକ ଓ ମାନସିକ ସ୍ତରରେ କିପରି ପରିପୃଷ୍ଟ ହେବେ ସେ ନେଇ ସେ ଆହ୍ୱାନ କରି ଆସୁଥିଲେ । ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଥିଲା । ନେହେରୁ ଶିଶୁଙ୍କର ସାକ୍ଷରତା ଉପରେ ଗୁରୁତ୍ୱ ଦେବା ସହ ସେମାନଙ୍କୁ ପୃଷ୍ଟିହୀନତାରୁ ରକ୍ଷା କରିବାକୁ ବିଶେଷ ଧ୍ୟାନ ଦେଉଥିଲେ ।

ନବଭାରତ ନିର୍ମାତା ଭାବରେ ଜବାହରଲାଲ ନେହେରୁ ଜଣାଶୁଣା ।  ସେ ଶିଶୁପ୍ରିୟ ଓ ଶିଶୁବତ୍ସଳ ଥିଲେ । ଶିଶୁମାନଙ୍କ ସହ ସମୟ ଅତିବାହିତ କରିବାକୁ ସେ ଖୁବ ଭଲ ପାଉଥିଲେ । ତେଣୁ ସେ ସମସ୍ତଙ୍କର ପ୍ରିୟ ଚାଚା ନେହେରୁ ଭାବରେ ପରିଚିତ ଥିଲେ । ଏପରିକି ସେ ସବୁବେଳେ ତାଙ୍କ ପକେଟରେ ଏକ ଗୋଲାପ ଫୁଲ ଧରି ବୁଲୁଥିଲେ। ଏହି ମହାନ ମହାନାୟକଙ୍କ ଜନ୍ମ ଦିବସକୁ ସାରା ଭାରତରେ ଶିଶୁ ଦିବସ ରୂପେ ପାଳନ କରାଯାଉଛି। ')}

Leave a Reply