BREAKING NEWS
ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ । ଝାରପଡ଼ା ଅଞ୍ଚଳର ୭୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏପ୍ରିଲ ୪ ତାରିଖରେ ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ । ଝାରପଡ଼ା ଅଞ୍ଚଳର ୭୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏପ୍ରିଲ ୪ ତାରିଖରେ ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ।ପୁଣି ରାଜଧାନୀରେ ଚିହ୍ନଟ ହେଲେ କରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର ମଧୂସୁଦନ ନଗର ୟୁନିଟ-୪ର ବାସିନ୍ଦା ।ବିଶ୍ବରେ ଅଣାୟତ ହେଉଛି କୋଭିଡ-୧୯ ଭୂତାଣୁ…ୟୁଏସରେ ୩ ଲକ୍ଷ ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ୧୦ ହଜାରରୁ ଅଧିକ ଛୁଇଁଲା ମୃତ୍ୟୁ ସଂଖ୍ୟାବଢୁଛି କରୋନା ସଂକ୍ରମଣ…ଦେଶରେ ଶହେ ଟପିଲା ଡେଥ୍‌ ଟୋଲ…୪ ହଜାରରୁ ଅଧିକ ସଂକ୍ରମିତ, ମହାରାଷ୍ଟ୍ରରେ ସର୍ବାଧିକ…ବମିଖାଲର ସମସ୍ତ ଆକ୍ରାନ୍ତ ଗୋଟିଏ ପରିବାରର…ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍‌, ଭୁବନେଶ୍ବରରେ ୩୦ଟି କରୋନା ଆକ୍ଟିଭ୍‌ କେସନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବଙ୍କ ପ୍ରେସମିଟ୍ । ଦେଶରେ ବର୍ତ୍ତମାନ ସୁଦ୍ଧା ୩୩୭୪ଟି କରୋନା ସଂକ୍ରମିତ ମାମଲା ଆସିଛି । ଗତକାଲି ୪୭୨ଟି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୭୯ରେ ପହଞ୍ଚିଥିବା ବେଳେ କାଲି ୧୧ ଜଣଙ୍କ ମୃତ୍ୟୁ ହୋଇଛି ।ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି । ୨ଜଣ ଯାକ ଆକ୍ରାନ୍ତ ଭୁବନେଶ୍ୱରର । ଟ୍ୱିଟ୍ କରି ସୂଚନା ଦେଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।ବ୍ରହ୍ମପୁର: ଗୋଳନ୍ଥରା ଥାନା କୁକୁଡ଼ାଖଣ୍ଡି ବ୍ଲର ଲାଠି ଗାଁର ମାଟିଆ ସାହିକୁ କରୋନା ହଟସ୍ପଟ୍ ଘୋଷଣା କଲା ପ୍ରଶାସନ । ଭୁବନେଶ୍ୱର ବମିଖାଲରୁ କିଛି ଲୋକ ଆସି ଘରେ ଥିବାରୁ ନିଷ୍ପତ୍ତି । ଉକ୍ତ ଅଞ୍ଚଳକୁ ସଟଡାଉନ୍ ନେଇ ପ୍ରଶାସନର ନିଷ୍ପତ୍ତି ।ଶ୍ରୀନଗର: ୨୪ ଘଣ୍ଟାରେ କଶ୍ମୀର ଭ୍ୟାଲିରେ ୯ ଆତଙ୍କବାଦୀ ନିହତ । ଦକ୍ଷିଣ କଶ୍ମୀର ବାଟପୁରାରେ ୪ ଓ ନିୟନ୍ତ୍ରଣ ସୀମା ରେଖାର କେରନ ସେକ୍ଟରରେ ୪ ଆତଙ୍କୀ ନିହତ । ଜଣେ ଯବାନ ସହିଦ, ୨ ଆହତ ସୂଚନା ।ଭଦ୍ରକ: ସଟଡାଉନ୍ ଅମାନିଆଙ୍କୁ କ୍ୱାରେଣ୍ଟାଇନ୍ ଦଣ୍ଡ । ୧୭ ଜଣଙ୍କୁ ବାଧ୍ୟତାମୂଳକ ୧୪ ଦିନିଆ କ୍ୱାରେଣ୍ଟାଇନରେ ରଖିଲା ପ୍ରଶାସନ । ସଟଡାଉନ୍ ନିୟମ ନମାନି ବାହାରେ ବୁଲୁଥିଲେ ।

ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଲେ ଶିବରାଜ : କରୋନା ମୁକାବିଲା ନେଇ ଅଧିକାରୀଙ୍କ ସହ କଲେ ଆଲୋଚନା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଭାବେ ୪ର୍ଥ ଥର ପାଇଁ ଶପଥଗ୍ରହଣ କରିଛନ୍ତି ଶିବରାଜ ସିଂହ ଚୈହାନ । ମଙ୍ଗଳବାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ସୋମବାର ବିଳମ୍ୱିତ ରାତିରେ ଶପଥ ନେଇଥିଲେ ଶିବାରଜ ସିଂହ ଚୈହାନ । ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ନେଇ ୧୦୪ ସଂଖ୍ୟା ଆବଶ୍ୟକ ଥିବାବଳେ ୧୧୨ ଜଣ ବିଧାୟକଙ୍କ ସମର୍ଥନ ଦେଖେଇଥିଲା  । ପୂବରୁ ୨୨ ଜଣ ବିଧାୟକଙ୍କ ଇସ୍ତଫା ପରେ ସଂଖ୍ୟା ଗରିଷ୍ଠତା ହରାଇଥିଲା କଂଗ୍ରେସ । ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କମଳନାଥ । ବିଧାନସଭାରେ ଶିବରାଜ ସରକାରଙ୍କୁ ମୋଟ ୧୧୨ ବିଧାୟକଙ୍କ ସମର୍ଥନ ମିଳିଛି । ବିଜେପିର ୧୦୭ ବିଧାୟକଙ୍କ ସହିତ ଏସ୍‌ପି, ବିଏସ୍‌ପି ଏବଂ ନିର୍ଦଳୀୟ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସୋମବାର ଶପଥଗ୍ରହଣ ପରେ ଶିବରାଜଙ୍କ ପକ୍ଷରୁ ବିଧାନସଭାର  ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଯାହା ୨୭ ମାର୍ଚ୍ଚ ଯାଏଁ ଚାଲିବ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଆକ୍ସନ ମୋଡରେ ଶିବରାଜ ସିଂହ ଚୈହାନ । କରୋନା ଭାଇରସ ମୁକାବିଲା ନେଇ ରାଜ୍ୟର ବରିଷ୍ଠ ଅଧିକାରୀ ଓ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ କରିବା ସହ ଏହାର ମୁକାବିଲା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶପଥ ଗ୍ରହଣ ପରେ ନିଜ କାର୍ଯ୍ୟାଳୟରେ ପହଞ୍ଚି ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।

Subscribe to our newsletter
Subscribe to our newsletter
Sign up here to get the latest news, updates and special offers delivered directly to your inbox.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More