ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଲେ ଶିବରାଜ : କରୋନା ମୁକାବିଲା ନେଇ ଅଧିକାରୀଙ୍କ ସହ କଲେ ଆଲୋଚନା

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଭାବେ ୪ର୍ଥ ଥର ପାଇଁ ଶପଥଗ୍ରହଣ କରିଛନ୍ତି ଶିବରାଜ ସିଂହ ଚୈହାନ । ମଙ୍ଗଳବାର ବିଧାନସଭାରେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ସୋମବାର ବିଳମ୍ୱିତ ରାତିରେ ଶପଥ ନେଇଥିଲେ ଶିବାରଜ ସିଂହ ଚୈହାନ । ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ନେଇ ୧୦୪ ସଂଖ୍ୟା ଆବଶ୍ୟକ ଥିବାବଳେ ୧୧୨ ଜଣ ବିଧାୟକଙ୍କ ସମର୍ଥନ ଦେଖେଇଥିଲା  । ପୂବରୁ ୨୨ ଜଣ ବିଧାୟକଙ୍କ ଇସ୍ତଫା ପରେ ସଂଖ୍ୟା ଗରିଷ୍ଠତା ହରାଇଥିଲା କଂଗ୍ରେସ । ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କମଳନାଥ । ବିଧାନସଭାରେ ଶିବରାଜ ସରକାରଙ୍କୁ ମୋଟ ୧୧୨ ବିଧାୟକଙ୍କ ସମର୍ଥନ ମିଳିଛି । ବିଜେପିର ୧୦୭ ବିଧାୟକଙ୍କ ସହିତ ଏସ୍‌ପି, ବିଏସ୍‌ପି ଏବଂ ନିର୍ଦଳୀୟ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସୋମବାର ଶପଥଗ୍ରହଣ ପରେ ଶିବରାଜଙ୍କ ପକ୍ଷରୁ ବିଧାନସଭାର  ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଯାହା ୨୭ ମାର୍ଚ୍ଚ ଯାଏଁ ଚାଲିବ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଆକ୍ସନ ମୋଡରେ ଶିବରାଜ ସିଂହ ଚୈହାନ । କରୋନା ଭାଇରସ ମୁକାବିଲା ନେଇ ରାଜ୍ୟର ବରିଷ୍ଠ ଅଧିକାରୀ ଓ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସହ ଜରୁରୀକାଳୀନ ବୈଠକ କରିବା ସହ ଏହାର ମୁକାବିଲା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଶପଥ ଗ୍ରହଣ ପରେ ନିଜ କାର୍ଯ୍ୟାଳୟରେ ପହଞ୍ଚି ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।

Leave a Reply