ସେକ୍ସ ଲାଇଫକୁ ଖରାପ କରିବ କରୋନା ! ସୁସ୍ଥ ହୋଇଥିବା ୮୫ ଜଣଙ୍କ ପରୀକ୍ଷାରୁ ମିଳୁଛି ସଂକେତ

1 min read

କରୋନା କାରଣରୁ କେବଳ ଏହି ପିଢ଼ି ନୁହେଁ ଆଗାମୀ ପିଢ଼ି ମଧ୍ୟ ପ୍ରଭାବିତ ହେବ । କାରଣ ଏହି ଭାଇରସ ପୁରୁଷଙ୍କ ସେକ୍ସ ହରମୋନ ଉପରେ ପ୍ରଭାବ ପକାଉଛି । ସେମାନଙ୍କୁ ନପୁଂସକ କରୁଛି କରୋନା ।

ଏହା କାରଣରୁ ପୁରୁଷଙ୍କ ଅଣ୍ଡକୋଷ ଖରାପ ହେଉଛି । ଏହା ସହ ସେମାନଙ୍କ ଉତ୍ତେଜନାରେ କମି ଆସୁଛି । ଏଭଳି ଦାବି କରିଛି ଉହାନର ଏକ ବିଶ୍ୱବିଦ୍ୟାଳୟ ।

ଉହାନ ବିଶ୍ୱବିଦ୍ୟାଳୟର ଝାଙ୍ଗନାନ୍ ହସ୍ପିଟାଲରେ କରାଯାଇଥିବ ରିସର୍ଚ୍ଚରୁ ଏହା ଜଣା ପଡିଛି । medrxiv.org ରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି । କରୋନା ଦ୍ୱାରା ସଂକ୍ରମିତ ୮୧ ଜଣ ପୁରୁଷଙ୍କ ଉପରେ କରାଯାଇଥିବା ସର୍ବେକ୍ଷଣରୁ ଏହା ଜଣା ପଡିଛି ।

ଏହି ୮୧ପୁରୁଷଙ୍କ ବୟସ ୨୦ରୁ ୫୪ ବର୍ଷ ମଧ୍ୟରେ ଥିଲା । ଝାଙ୍ଗନାନ ହସ୍ପିଟାଲକୁ ଏଥିରେ ହୁବେଇ କ୍ଲିନିକାଲ ରିସର୍ଚ୍ଚ ସେଣ୍ଟର ଫର ପ୍ରିନେଟର ଡାଇଗ୍ନୋସିସ୍ ଆଣ୍ଡ୍ ବାର୍ଥ୍ ହେଲ୍ଥର ବୈଜ୍ଞାନିକ ସାହାଯ୍ୟ କରିଥିଲେ ।

ଝାଙ୍ଗନାନ୍ ହସ୍ପିଟାଲର ଡାକ୍ତରଙ୍କୁ ନେଇ ଗଠିତ ଟିମ୍ ଅନୁସାରେ ରୋଗିଙ୍କ ଶରୀରରେ ଟେଷ୍ଟୋଷ୍ଟେରାନ ଓ ଲ୍ୟୁଟିନାଇସିଂ ହରମୋନର ଅନୁପାତ ବିଗୁଡିଛି ।

ଯଦି T/LH ଅନୁପାତ ବିଗିଡେ ତେବେ ପୁରୁଷଙ୍କ ଅଣ୍ଡକୋଷ ଠିକ ଭାବେ କାମ କରିନଥାଏ । ସେଥିରେ ବିର୍ଯ୍ୟ ତିଆରି ହେବା କମିଯାଏ କିମ୍ବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଏ । ଏହା ସହ ସେକ୍ସ ହରମୋନରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଥାଏ ।

ଯେଉଁ ପୁରୁଷଙ୍କ ଅଧ୍ୟୟନ କରାଯାଇଥିଲା ସେମାନଙ୍କ ଠାରେ T/LH ଅନୁପାତ ୦.୭୪ ଥିଲା । ଅର୍ଥାତ ସାମନ୍ୟ ସ୍ତରଠାରୁ କମ । ଯାହାକି ବହୁତ ଚିନ୍ତାଜନକ ।

1 thought on “ସେକ୍ସ ଲାଇଫକୁ ଖରାପ କରିବ କରୋନା ! ସୁସ୍ଥ ହୋଇଥିବା ୮୫ ଜଣଙ୍କ ପରୀକ୍ଷାରୁ ମିଳୁଛି ସଂକେତ

Leave a Reply