ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି :ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ ଘରେ ପହଞ୍ଚାଅ

ନୂଆଦିଲ୍ଲୀ: ଦେଶବ୍ୟାପୀ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ସେମାନଙ୍କ ଉପରେ ପଡ଼ିଥିବା ବିପତ୍ତିକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ସର୍ବୋଚ୍ଚ କୋର୍ଟ ଅନ୍ତରୀଣ ଆଦେଶରେ କହିଛନ୍ତି ପ୍ରବାସୀ ଶ୍ରମିକଙ୍କ ଠାରୁ ବସ୍, ଟ୍ରେନର ଭଡ଼ା ନିଆଯିବ ନାହିଁ । ରାଜ୍ୟ ସରକାର ପ୍ରବାସୀଙ୍କ ଯାତ୍ରା ଖର୍ଚ୍ଚ ବହନ କରି ସେମାନଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବେ । ଯଥାସମ୍ଭବ ରାଜ୍ୟ ଫସିଥିବା ଶ୍ରମିକଙ୍କୁ ଘରକୁ ପହଞ୍ଚାନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସର୍ବୋଚ୍ଚ କୋର୍ଟଙ୍କ ଆଦେଶ

ସୁପ୍ରିମକୋର୍ଟ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କ ଠାରୁ ଟ୍ରେନ୍ ଓ ବସର ଭଡ଼ା ନିଆଯିବ ନାହିଁ । ଅଦାଲତ କହିଛନ୍ତି, ବିଭିନ୍ନ ସ୍ଥାନରେ ଫସିଥିବା ଶ୍ରମିକଙ୍କୁ ଉକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଖାଦ୍ୟ ଯୋଗାଇବେ । ଏଥିସହ ଶ୍ରମିକଙ୍କୁ ଟ୍ରେନ୍ ଓ ବସରେ ଯିବା ପାଇଁ ସମୟ ଜଣାଇବେ ।

ଶ୍ରମିକଙ୍କୁ ନେଇ ରାଜ୍ୟକୁ ନିର୍ଦ୍ଦେଶ

ପ୍ରବାସୀ ଶ୍ରମିକ ଯେଉଁ ରାଜ୍ୟରୁ ବାହାରିବେ ଅର୍ଥାତ୍ ଛାଡ଼ିବାକୁ ଥିବା ଷ୍ଟେସନରେ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିବେ । ରାଜ୍ୟ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ କରିବା ସହ ଶ୍ରମିକ ଯେପରି ବସ୍ ଓ ଟ୍ରେନରେ ଯିବେ ସୁନିଶ୍ଚିତ କରିବାକୁ ପଡ଼ିବ । ଯାତ୍ରାର ସମ୍ପୂର୍ଣ୍ଣ ସୂଚନା ଲୋକଙ୍କୁ ଜଣାଇବାକୁ ପଡ଼ିବ । ଏନେଇ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଶ୍ରମିକଙ୍କୁ ଚିହ୍ନଟ ପରେ ଗୋଟିଏ ସପ୍ତାହ କିମ୍ବା ୧୦ ଦିନ ଭିତରେ ଘରେ ପହଞ୍ଚାଇବାକୁ କୋର୍ଟ କହିଛନ୍ତି ।

ପ୍ରଶ୍ନର ଜବାବ ପ୍ରଶ୍ନ: ବିପତ୍ତି ସମୟରେ ସିବଲଙ୍କ ସହଯୋଗର ହିସାବ ମାଗିଲେ ସୋଲିସିଟର ଜେନେରାଲ

Leave a Reply