ନିର୍ବାଚନରେ ଷ୍ଟାର ପ୍ରଚାରକଙ୍କ କାର୍ଯ୍ୟ କ’ଣ, ତାଙ୍କ ପାଇଁ ହେଉଥିବା ଖର୍ଚ୍ଚ କିଏ ବହନ କରନ୍ତି… ଜାଣନ୍ତୁ

Odisha Municipal Election Amendment Bill To Come In Winter Session Of Assembly

ଭୁବନେଶ୍ୱର : ନିର୍ବାଚନ ଆସିଲେ ପ୍ରଚାର ଜମିଥାଏ । ମଇଦାନକୁ ଆସିଥାଆନ୍ତି ପ୍ରାର୍ଥୀ । ଆଣିଥାଆନ୍ତି ଭୋଟର ମାନଙ୍କ ପାଇଁ ବିଭିନ୍ନ ପ୍ରତିଶ୍ରୁତି । ପୋଷ୍ଟର, ବ୍ୟାନର, ଫ୍ଲେକ୍ସରେ ଆଚ୍ଛାଦିତ ହୋଇଯାଇଥାଏ ନିର୍ବାଚନ ହେଉଥିବା ଅଞ୍ଚଳ । ନିର୍ବାଚନରେ ଯେ କେବଳ ନେତା ଭୋଟ ମାଗନ୍ତି, ତାହା ନୁହେଁ । ସେମାନଙ୍କ ପାଇଁ ଅନ୍ୟମାନେ ମଧ୍ୟ ପ୍ରଚାର କରିବାକୁ ଆସିଥାଆନ୍ତି । ଯେପରିକି କୌଣସି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ସେହି ଦଳର ସଭାପତି, ଅନ୍ୟ ବରିଷ୍ଠ ନେତା, ମନ୍ତ୍ରୀ ଇତ୍ୟାଦି ପ୍ରଚାର କରିଥାଆନ୍ତି । ଏହା ବ୍ୟତୀତ ଅନେକ ସମୟରେ ଅଭିନେତା ଏବଂ ନାମୀଦାମୀ ସେଲିବ୍ରେଟିଙ୍କୁ ମଧ୍ୟ ନିର୍ବାଚନ ପ୍ରଚାର ସମୟରେ ଦେଖିବାକୁ ମିଳିଥାଏ ।

ହେଲେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଏହିମାନଙ୍କୁ ଷ୍ଟାର ପ୍ରଚାରକ ବୋଲି କୁହାଯାଇଥାଏ । ଭାରତୀୟ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ, ଷ୍ଟାର ପ୍ରଚାରକ ଶବ୍ଦର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନାହିଁ । କାଳକ୍ରମେ ଗଣମାଧ୍ୟମରେ ପ୍ରଚାରିତ ହୋଇ ଆସି ଏହା ଏକ ନିର୍ବାଚନୀ ଶବ୍ଦରେ ପରିଣତ ହୋଇସାରିଲାଣି । ନିର୍ବାଚନ ଏବଂ ଏହି ତାରକା ପ୍ରଚାରକଙ୍କ ମଧ୍ୟରେ ସମ୍ପର୍କଟି କଣ  । ହଁ, ଦର୍ଶକ ବନ୍ଧୁ ନିର୍ବାଚନୀ ଖର୍ଚ୍ଚ ସହ ଏହି ଷ୍ଟାର ପ୍ରଚାରକମାନଙ୍କ ରହିଛି ସମ୍ପର୍କ ।

Bihar Assembly Election CEC Declared Poll Date

କଲେଜ ରାଜନୀତି ହେଉ କି ଗ୍ରାମ ପଞ୍ଚାୟତ ନିର୍ବାଚନ, ଠିକ୍ ସେହିପରି ରାଜ୍ୟ ଗୁଡିକର ବିଧାନସଭା ନିର୍ବାଚନ କିମ୍ବା ଦେଶର ସାଧାରଣ ନିର୍ବାଚନ ସବୁଠି ପ୍ରାର୍ଥୀମାନେ ଅର୍ଥ ଖର୍ଚ୍ଚ କରିଥାଆନ୍ତି । ହେଲେ ନିର୍ବାଚନକୁ ଅପେକ୍ଷାକୃତ ସ୍ୱଚ୍ଛ କରିବା ପାଇଁ ଏଥିପାଇଁ ନିର୍ଦ୍ଦିଷ୍ଟ ଖର୍ଚ୍ଚ ସୀମା ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ପ୍ରତି ଲୋକସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ସେହିପରି ଗୋଟିଏ ବିଧାନସଭା ଆସନ ପାଇଁ ଜଣେ ପ୍ରାର୍ଥୀ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ନିୟମ ରହିଛି । ପ୍ରାର୍ଥୀଙ୍କ ସମସ୍ତ ପ୍ରକାର ଖର୍ଚ୍ଚର ହିସାବ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଦେବାକୁ ପଡିଥାଏ । ନିର୍ବାଚନ ପରେ ଏହାର ଟିକିନିଖି ହିସାବ ନିଆଯାଇଥାଏ ।

କୌଣସି ଦଳ ପକ୍ଷରୁ ଯଦି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଉଛି । ତେବେ ଏହା ବୁଝି ନେବାକୁ ହେବ ଯେ, ଏହି ବ୍ୟକ୍ତିବିଶେଷ ମାନେ ଦଳ ପାଇଁ ପ୍ରଚାର କରିବାକୁ ସ୍ୱୀକୃତି ପ୍ରାପ୍ତ ହୋଇଛନ୍ତି । ଏଥସହିତ ନିର୍ବାଚନ ମଣ୍ଡଳୀ ଗସ୍ତ ସହ ଏମାନଙ୍କ ସବୁ ପ୍ରକାରର ଖର୍ଚ୍ଚ ସଂପୃକ୍ତ ରାଜନୈତିକ ଦଳ ପକ୍ଷରୁ କରାଯିବ । ଏହି ଖର୍ଚ୍ଚକୁ ପ୍ରାର୍ଥୀମାନଙ୍କ ଖର୍ଚ୍ଚଠାରୁ ଅଲଗା ଭାବେ ହିସାବ କରାଯିବ । ଯେଉଁମାନେ ଷ୍ଟାର ପ୍ରଚାରକ ହୋଇ ନ ଥିବେ, ସେମାନେ ପ୍ରଚାର କଲେ ଉକ୍ତ ଖର୍ଚ୍ଚ ପ୍ରାର୍ଥୀଙ୍କ ଖର୍ଚ୍ଚ ସହ ହିସାବ ହୋଇଥାଏ ।

ଆମ ଦେଶରେ ଦେଶର ପ୍ରମୁଖ ଜାତୀୟ ଦଳ ଏବଂ ରାଜ୍ୟ ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ପ୍ରମୁଖ ଆଞ୍ଚଳିକ ଦଳକୁ ମାନ୍ୟତା ମିଳିଛି । ଏହି ଦଳ ମାନେ କୌଣସି ନିର୍ବାଚନ ପାଇଁ ୪୦ ଜଣଙ୍କୁ ନିଜର ଷ୍ଟାର ପ୍ରଚାରକ ଭାବେ ଘୋଷଣା କରିପାରିବେ । ହେଲେ ଚଳିତବର୍ଷ କରୋନା ମହାମାରୀ କାରଣରୁ ଏହି ୪୦ ଜଣ ଷ୍ଟାର ପ୍ରଚାରକ ସଂଖ୍ୟାକୁ ହ୍ରାସ କରାଯାଇଛି । ଏହାକୁ ୩୦ରେ ସୀମିତ ରଖାଯାଇଛି । ସେହିପରି ମାନ୍ୟତାପ୍ରାପ୍ତ ହୋଇ ନ ଥିବା ଦଳଗୁଡିକ ପାଇଁ ୧୫ ଜଣ ଷ୍ଟାର ପ୍ରଚାରକ ରହିପାରିବେ ବୋଲି କୁହାଯାଇଛି । କରୋନା ମହାମାରୀ ପୂର୍ବରୁ ଏହି ସଂଖ୍ୟା ଅଣସ୍ୱୀକୃତି ପ୍ରାପ୍ତ ଦଳ ପାଇଁ ୨୦ ରହିଥିଲା ।

Who Is Pushpam Priya Chowdhary Bihar Election Politics Eeducation Plurals Party

କୌଣସି ସ୍ଥାନରେ ନିର୍ବାଚନ କରିବା ପୂର୍ବରୁ ତାରକା ପ୍ରଚାରକମାନେ ୪୮ ଘଣ୍ଟା ପୂର୍ବରୁ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇବାର ନିୟମ ମଧ୍ୟ ରହିଛି । ..ଇଏ ତ ଥିଲା ଷ୍ଟାର ପ୍ରଚାରକଙ୍କ କଥା…ନିର୍ବାଚନ ନିୟମକୁ ନେଇ ଏମିତି ନୂଆ ତଥ୍ୟ ନେଇ ଆମେ ପୁଣି ଆସିବୁ ନନ୍ଦିଘୋଷ ଏକ୍ସଟ୍ରାରେ….

Leave a Reply