ରାଜ୍ୟସଭା ସଦସ୍ୟଭାବେ ଶପଥ ନେଲେ ଗୋଗୋଇ, ଗୃହ ତ୍ୟାଗ କଲେ ବିରୋଧୀ

ନୂଆଦିଲ୍ଲୀ: ଗୁରୁବାର ରାଜ୍ୟସଭା ସଦସ୍ୟଭାବେ ଶପଥ ନେଲେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ।  ଶପଥପାଠ ବେଳେ ଗୃହ ତ୍ୟାଗ କଲେ ବିରୋଧୀ ଦଳ ସଭ୍ୟ । ଗତ ମାର୍ଚ୍ଚ ୧୬ରେ  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ଗୋଗୋଇଙ୍କୁ ରାଜ୍ୟସଭା ସଦସ୍ୟଭାବେ ମନୋନୀତ କରିଥିଲେ । ଗୋଗୋଇ ୪୬ତମ ମୁଖ୍ୟ ବିଚାରପତିଭାବେ ୩  ଅକ୍ଟୋବର ୨୦୧୮ରୁ ୧୭ ନଭେମ୍ୱର ୨୦୧୯ ଯାଏଁ କାର୍ଯ୍ୟ କରିଛନ୍ତି । ତାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଐତିହାସିକ ରାମଜନ୍ମ ଭୂମି ବିବାଦ ନେଇ ରାୟ ଶୁଣାଇଛନ୍ତି । ଏଥିହସିତ ସାବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ, ହୋମୋସେକ୍ସୁଆଲିଟି, ରାଫେଲ ଡିଲ୍‌, ଆସାମ୍‌ରେ ଏନ୍‌ଆରସି ଭଳି ମାମଲାରେ ଫଇସଲା ଶୁଣାଇଛନ୍ତି ।

Leave a Reply