କରୋନା ଆକ୍ରାନ୍ତ କନିକା କପୁରଙ୍କ ସହ ଗୋଟିଏ ପାର୍ଟିରେ ଥିଲେ ବସୁନ୍ଧରା ରାଜେ ଓ ତାଙ୍କ ସାଂସଦ ପୁଅ

ନୂଆଦିଲ୍ଲୀ: ବଲିଉଡ୍ ଗାୟିକା କରିନା କପୁରଙ୍କୁ କରୋନା । ବର୍ତ୍ତମାନ ସେ ଲକ୍ଷ୍ନୌ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କିଛି ଦିନ ଫ୍ଲୁରେ ପୀଡ଼ିତ ଥିବା କନିକା ଗତ ୧୫ ତାରିଖରେ ଲଣ୍ଡନରୁ ଫେରିଥିଲେ । ତାପରେ ସେ ଲକ୍ଷ୍ନୌର ଏକ ପଞ୍ଚ ତାରକା ହୋଟେଲରେ ଆୟୋଜିତ ଏକ ପାର୍ଟିରେ ମଧ୍ୟ ସାମିଲ୍ ହୋଇଥିଲେ । ଯେଉଁ ପାର୍ଟିରେ ସାମିଲ୍ ହୋଇଥିଲେ ପାଖାପାଖି ୪ ଶହ ଲୋକ । ଏହି ପାର୍ଟିରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ତାଙ୍କ ପୁଅ ତଥା ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ମଧ୍ୟ ଥିଲେ । କନିକା ରବିବାର ଲଣ୍ଡନରୁ ଫେରିଥିବା ବେଳେ ସେହିଦିନ ହିଁ ପାର୍ଟି ଆୟୋଜିତ ହୋଇଥିଲା ।

ଏହି ବଲିଉଡ ଗାୟିକାଙ୍କ କରୋନା ରିପୋର୍ଟ ପଜିଟିଭ୍, ଲଣ୍ଡନରୁ ଆସି ଲୁଚାଇଥିଲେ… ଫାଇଫ୍ ଷ୍ଟାର ହୋଟେଲରେ ଦେଇଥିଲେ ପାର୍ଟି !

ଏହି ଖବର ପରେ କନିକା ରହୁଥିବା ଆପାର୍ଟମେଣ୍ଟରେ ଲୋକ କିଛିଟା ଭୟଭୀତ ହୋଇପଡ଼ିଛନ୍ତି । ଅନ୍ୟପଟେ ଗୁରୁବାର ଓ ଶୁକ୍ରବାର ସଂସଦ ଆସିଥିବା ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ କନିକାଙ୍କ ଠାରେ କରୋନା ପଜିଟିଭ୍ ଖବର ଜାଣିବା ପରେ ଆଇସୋଲେସନରେ ଅଛନ୍ତି । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ମଧ୍ୟ ହୋମ୍ ଆଇସୋଲଲେସନରେ ଥିବା ଜଣାପଡ଼ିଛି ।

ଟିଏମସି ସାଂସଦ ଡେରେକ ବ୍ରାୟନ କରୋନା ପାଇଁ ସଂସଦ ଅଧିବେଶନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି । ବ୍ରାୟନଙ୍କ ବ୍ୟତୀତ ଅନ୍ୟକିଛି ସାଂସଦ ମଧ୍ୟ ଗୃହକୁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି । କିନ୍ତୁ, ସଂସଦ ଅଧିବେଶନ ଏପ୍ରିଲ ୩ ତାରିଖ ଯାଏଁ ଚାଲିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ।

 

Leave a Reply