କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ?

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ, ଗତକାଲି ରାତିରେ ଜେଲରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନଳିନୀ ବର୍ତ୍ତମାନ ଭେଲୋର ଜେଲରେ ଦଣ୍ଡ ଭୋଗୁଛନ୍ତି । ଏହି ଜେଲରେ ସୋମବାର ରାତିରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡିଛି। ନଳିନୀଙ୍କ ଓକିଲ ପୁଗଲେନ୍ତି ଏ ବିଷୟରେ ସୂଚନା ଦେଇଛନ୍ତି । ନଳିନୀଙ୍କ ଓକିଲ ଫୋନ୍ ମାଧ୍ୟମରେ ବିଭିନ୍ନ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି।

ଓକିଲଙ୍କ ଅନୁଯାୟୀ, ନଳିନୀ ଗତ ୨୯ ବର୍ଷ ଧରି ଜେଲରେ ଅଛନ୍ତି । ସେ ପ୍ରଥମ ଥର ପାଇଁ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି । ଓକିଲ କହିଛନ୍ତି ଯେ, ନଳିନୀ ଏବଂ ଜେଲରେ ଥିବା ଜଣେ କଏଦୀ ମଧ୍ୟରେ ବିବାଦ ଲାଗି ରହିଥିଲା । ନଳିନୀ ଝଗଡା କରୁଥିବା କଏଦୀକୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି । କଏଦୀ ଜେଲରଙ୍କୁ ଏହି ଝଗଡ଼ା ନେଇ ଅଭିଯୋଗ କରିଥିଲା, ଏହା ପରେ ନଳୀନି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ଓକିଲଙ୍କ କହିବା ଅନୁସାରେ ନଳିନୀ ପୂର୍ବରୁ ଏଭଳି ଉଦ୍ୟମ କରିନାହାଁନ୍ତି । ତେଣୁ ଏହାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୁଗଲେନ୍ତି କହିଛନ୍ତି ଯେ, ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ନଳିନୀ ଙ୍କ ସ୍ୱାମୀ ମୁରୁଗାନ ମଧ୍ୟ ଜେଲରେ ବନ୍ଦି ଅଛନ୍ତି। ନଳିନୀଙ୍କ ଙ୍କ ଭେଲୋର ଜେଲରୁ ପୂଝଲ ଜେଲକୁ ସ୍ଥାନାନ୍ତର କରିବାକୁ ସେ ଅନୁରୋଧ କରିଛନ୍ତି।

Leave a Reply