ଭିଡିଓ ଜାରି କରି ମୋଦି ସରକାରଙ୍କୁ ଟାର୍ଗେଟ କଲେ ରାହୁଲ, ଲୋକଙ୍କୁ ହକର ଲଢେଇ ପାଇଁ ଆହ୍ୱାନ ଦେଲେ, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ….

1 min read

କରୋନା ମହାମାରୀ ଯୋଗୁଁ ଭାରତର ଅର୍ଥନୀତି ବ୍ୟାପକ ଭାବେ ପ୍ରଭାବିତ ହୋଇଛି  । ଫଳସ୍ୱରୂପ ଦେଶର ସବୁ ଶ୍ରେଣୀର ଲୋକେ ଆର୍ଥିକ ସମସ୍ୟା ସହ ଜୁଝୁଛନ୍ତି । ମାତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ମଧ୍ୟବିତ୍ତ ଓ ଗରୀବ ଶ୍ରେଣୀର ଲୋକେ । ଜୀବନ ଜୀବିକା ଠପ୍ ହୋଇ ପଡିଥିବା ହେତୁ ଏମାନଙ୍କ ପାଖରେ ଅର୍ଥାଭାବ ଦେଖା ଦେଇଛି । କଂଗ୍ରେସ ସରକାର ଏହାର ପ୍ରତିକାର ଉପରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ ମଧ୍ୟ ସରକାର ଏସବୁ କ୍ରମାଗତ ଭାବେ ବେଖାତିର କରୁଛନ୍ତି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଯେ ସରକାର କୋଭିଡ୍-ପ୍ୟାକେଜ ବାବଦକୁ ୧ ବର୍ଷ ପାଇଁ ଏକ ରୋଡ୍ ମ୍ୟାପ୍ ଘୋଷଣା କରିଥିବା ବେଳେ ବାସ୍ତବରେ ଏବେ ଦେଶର ମଧ୍ୟବିତ୍ତ ଓ ଗରିବ ଲୋକେ ଅଲଗା କିଛି ଆବଶ୍ୟକ କରୁଛନ୍ତି । ଆମେ ସରକାରଙ୍କ ପାଖରେ ଦାବି ରଖିଥିଲୁ ଯେ ସେମାନଙ୍କୁ ୩ ମାସ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉ । ସିଧାସଳଖ ଭାବେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ତାଙ୍କ ପାଖରେ ଅର୍ଥ ପହଞ୍ଚୁ । ମାତ୍ର ସରକାର କଂଗ୍ରେସର ପରାମର୍ଶକୁ ଗୁରୁତ୍ୱ ନଦେଇ ଏକ ଅନାବଶ୍ୟକ ପ୍ୟାକେଜର ଘୋଷଣା କରିଛନ୍ତି । ଯାହା ଦେଶର ମଧ୍ୟବିତ୍ତ ଓ ଗରିବଙ୍କ ସ୍ୱାର୍ଥ ଉପରେ ପର୍ଯ୍ୟବେଷିତ ନୁହେଁ । ସେହିଭଳି ଆର୍ଥିକ ସମସ୍ୟା ସହ ଜୁଝୁଥିବା ଲୋକଙ୍କୁ ସାହାର୍ଯ୍ୟ କରିବା ପରିବର୍ତ୍ତେ ସରକାର ଉଦ୍ୟୋଗପତିଙ୍କ ପ୍ରତି ପ୍ରେମ ଦେଖାଇଛନ୍ତି । ସରକାରଙ୍କ ସହ ଭଲ ସମ୍ପର୍କରେ ଥିବା ୧୫ଟି ବଡ ଉଦ୍ୟୋଗକୁ ସହଯୋଗ କରିବା ଉଦ୍ଦେଶ୍ୟରେ ଉଦ୍ୟୋଗଗୁ୍ଡିକଙ୍କ ପାଇଁ ଟିକସ ଛାଡ କରିଛନ୍ତି । ଯାହା ଫଳରେ ବଡ଼ ଉଦ୍ୟୋଗ ଲାଭବାନ ହୋଇଛନ୍ତି ।

ଅନ୍ୟପକ୍ଷରେ କରୋନା ମହାମାରୀ ଭଳି ଭୟଙ୍କର ସ୍ଥିତିରେ ମଧ୍ୟ ସରକାର ସାଧାରଣ ଲୋକଙ୍କ ଉପରେ ଟିକ ମାଡ କରିବାରେ ଗୋଟିଏ ହେଲେ ସୁଯୋଗ ହାତ ଛଡା କରୁ ନାହାନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ସେ ନିଜ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି ଯେ ଏବେ ତୈଳ ଦର ସର୍ବକାଳୀନ ନିମ୍ନ ମୂଲ୍ୟରେ ରହିଥିବା ବେଳେ ସରକାର ତୈଳ ଦର ଉପରେ ଟିକସ ମାଡ଼ କମାଇବାରେ ଇଚ୍ଛୁକ ନାହାନ୍ତି । ମୋଦୀ ସରକାର ୨୨ ଥର ତୈଳ ଦର ବଢାଇ ସାରିଛନ୍ତି । ସାଧାରଣ ଲୋକଙ୍କ ପ୍ରତି ଥିବା ସମ୍ୱେଦନହୀନ ମନୋଭାବକୁ ବାରିବା ପାଇଁ ଏହା ଯଥେଷ୍ଟ ବୋଲି ସେ କହିଛନ୍ତି ।

ତାଙ୍କ କହିବା କଥା ଯେ ତୈଳ ଦର ବଢିବା ଦ୍ୱାରା ସାଧାରଣ ଲୋକେ ଉଭୟ ପ୍ରତକ୍ଷ୍ୟ ଓ ପରୋକ୍ଷ ଭାବେ ପ୍ରଭାବିତ ହୋଇ କ୍ଷତି ସହୁଛନ୍ତି । ପ୍ରଥମତଃ ଲୋକେ ଗାଡି ମଟର ଚଳାଇବା ପାଇଁ ଏବେ ପୂର୍ବାପେକ୍ଷା ଅଧିକ ଟଙ୍କା ବ୍ୟୟ କରୁଛନ୍ତି, ଯାହା ସମସ୍ତଙ୍କୁ ବାଧୁଛି । ଅନ୍ୟପକ୍ଷରେ ତୈଳ ଦର ବଢିବା ହେତୁ ପରିବହନ ଦର ମଧ୍ୟ ବଢିଛି । ଉଦ୍ୟୋଗରେ ତୈଳକୁ କଞ୍ଚାମାଲ ଭାବେ ବ୍ୟବହାର ମଧ୍ୟ ହୁଏ । ତେଣୁ ଏବେ ଉତ୍ପାଦିତ ମୂଲ୍ୟ ମଧ୍ୟ ବଢିବ । ଯାହା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ବଢିବ । ଲୋକଙ୍କୁ ବର୍ଦ୍ଧିତ ଉତ୍ପାଦିତ ମୂଲ୍ୟରେ ବସ୍ତୁ ଖରିଦ କରିବାକୁ ପଡିବ । ଏଣୁ ସରକାର କରୋନା ବେଳେ ସାଧାରଣ ଲୋକଙ୍କ ଉପରେ ଏଭଳି ବୋଝ ନଦିବା ନିହାତି ପକ୍ଷେ ସମ୍ୱେଦନହୀନ ଓ ଦୁର୍ଭାଗ୍ୟଜନକ ଘଟଣା ନିଷ୍ପତ୍ତି ବୋଲି ରାହୁଲ କହିଛନ୍ତି । ଏହାବ୍ୟତୀତ ସାଧାରଣ ଲୋକଙ୍କ ମସମର୍ଥନ ଭିକ୍ଷା କରି କହିଛନ୍ତି ଯ ଆମେ ସମସ୍ତେ ଏକଜୁଟ ହୋଇ ସରକାରଙ୍କର ଏଭଳି ଜନତା ବିରୋଧୀ ଆଭିମୁଖ୍ୟକୁ ବିରୋଧ ନକଲେ ସରକାର ନିଜ ନିଷ୍ପତ୍ତି ବଦଳାଇବା ନାହିଁ । ଏଣୁ ତୈଳ ଓ ଆର୍ଥନୀତିକ ସଙ୍କଟ ସମୟରେ ସରକାରଙ୍କୁ ପ୍ରଶ୍ନ କରିବା ସହ ନିଜ ହକର ଲଢେଇ ଲଢିବା ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି ।

Leave a Reply