୩ ଖଲିସ୍ତାନୀ ଆତଙ୍କବାଦୀ ଗିରଫ, ଟାର୍ଗେଟରେ ଥିଲା ଦିଲ୍ଲୀ ସମେତ ୧୮ ରାଜ୍ୟ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ୩ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ୩ ଆତଙ୍କବାଦୀ ଖଲିସ୍ତାନ ଲିବେରସନ୍ ଫ୍ରଣ୍ଟ (କେଏଲ୍ଏଫ୍)ର । ଏମାନେ ଦେଶରେ ବଡ଼ ଧରଣର ହିଂସାକାଣ୍ଡ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଶିବ ସେନା ସମେତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ) ଓ ବଜରଙ୍ଗ ଦଳର ନେତା ସହିତ ଅନ୍ୟ ଧାର୍ମିକ ସଂଗଠନର ଲୋକ ଏମାନଙ୍କ ନିଶାନାରେ ଥିଲେ । ସୁଯୋଗ ଦେଖି ସେମାନଙ୍କୁ ହତ୍ୟା କରିଥାନ୍ତେ ।

FILE

ଆତଙ୍କବାଦୀ ୧୮ ଜଣଙ୍କର ତାଲିକା ପ୍ରସ୍ତୁତ କରିଥିଲେ । ହିଂସାକୁ ସଫଳ କରିବାକୁ ୮ ଥର ଉକ୍ତ ସ୍ଥାନ ଗୁଡ଼ିକୁ ଭ୍ରମଣ କରିଥିଲେ ଗିରଫ ଆତଙ୍କବାଦୀ । ତେବେ, ଅଧିକାଂଶ ଆକ୍ରମଣ ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତର ଭାରତରେ ହୋଇଥାନ୍ତା । ପୋଲିସ ଏମାନଙ୍କୁ ପଚରାଉଚରା ବେଳେ ଆଉ ୪ ଜଣ ଯୁବକଙ୍କ ନାଁ ଜାଣିବାକୁ ପାଇଛି । ସମସ୍ତ ଯୁବକ ପଞ୍ଜାବର । ସେମାନଙ୍କୁ ପ୍ରଶିକ୍ଷଣ ପାଇଁ ପାକିସ୍ତାନ ପଠାଯାଇଥାନ୍ତା । ଏହି ସୂଚନା ମିଳିବା ପରେ ପୋଲିସ ଏବେ ସନ୍ଦିଗ୍ଧ ୪ ଜଣ ଯୁବକଙ୍କୁ ଖୋଜୁଛି ।

FILE

ପୋଲିସ ଠାରୁ ବର୍ତ୍ତିବା ପାଇଁ ୪ ଯୁବକ ପଞ୍ଜାବ ଛାଡ଼ି ହରିୟାଣା ପଳାଇ ଆସିଥିବା ଜଣାପଡ଼ିଛି । ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ପଞ୍ଜାବ ଓ ହରିୟାଣାର ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି । ଗିରଫ ହୋଇଥିବା ୩ ଆତଙ୍କବାଦୀ ୪ରୁ ୫ ବର୍ଷ ହେଲା ସକ୍ରିୟ ଥିଲେ । କିନ୍ତୁ, ୮ ମାସ ହେଲା ପାକିସ୍ତାନୀ ହ୍ୟାଣ୍ଡେଲର ନିର୍ଦ୍ଦେଶରେ ଭାରତରେ କେଏଲଏଫରେ ନିଜର ନେଟୱର୍କ ବିସ୍ତାର ଆରମ୍ଭ କରିଥିଲେ । ଦିଲ୍ଲୀ ପୋଲିସ ସୂଚନା ପାଇବା ପରେ ଖଲିସ୍ତାନ ଆତଙ୍କବାଦୀ ମହିନ୍ଦର ପାଲ ସିଂହ, ଗୁରତେଜ ସିଂହ ଓ ଲବପ୍ରୀତ । ଗିରଫ ୩ ଆତଙ୍କବାଦୀ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ସମ୍ପର୍କରେ ଥିଲେ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply