୪ ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ୱର: ଓଡ଼ିଶାରୁ ଖାଲି ପଡ଼ିଥିବା ୪ ରାଜ୍ୟସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁବାସ ସିଂ, ସୁଜିତ୍ କୁମାର, ମୁନ୍ନା ଖାଁ ଓ ମମତା ମହନ୍ତ । ନାମାଙ୍କନ ସହ ପ୍ରାର୍ଥୀମାନେ ସେମାନଙ୍କ ସମ୍ପତ୍ତି ତାଲିକା ମଧ୍ୟ ପ୍ରଦାନ କରିଛନ୍ତି । ନାମାଙ୍କନ କରିଥିବା ୪ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠୁ ଧନୀ ହେଉଛନ୍ତି ସୁଜିତ୍ କୁମାର ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ, ଦ୍ୱିତୀୟ ଧନୀ ହେଉଛନ୍ତି ମୁନ୍ନା ଖାଁ ଯାହାଙ୍କ ପାଖରେ ୩୨ ଲକ୍ଷ ଟଙ୍କା ସମ୍ପତ୍ତି ରହିଛି । ତୃତୀୟରେ ମମତା ମହନ୍ତ । ତାଙ୍କ ପାଖରେ ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଓ ସୁବାସ ସିଂଙ୍କ ପାଖରେ ୨୩ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।

ସୁଜିତ୍ କୁମାର

ପ୍ରାୟ ୧ କୋଟି ୧୦ ଲକ୍ଷ ୯ ହଜାର ୨୩୦ ଟଙ୍କାର ସମ୍ପତ୍ତି ରହିଛି ସୁଜିତଙ୍କ ପାଖରେ । ସ୍ତ୍ରୀଙ୍କ ନାଁରେ ୨୬ ଲକ୍ଷ ୬୯ ହଜାର ୧୮୦ ଟଙ୍କାର ସମ୍ପତ୍ତି ରହିଛି । ଭୁବନେଶ୍ୱରରେ ଧଉଳି ନଗରରେ ପ୍ଲଟ୍ ଅଛି । ସୁଜିତ କୁମାରଙ୍କ ମୋଟ ସ୍ଥାବର ସମ୍ପତ୍ତି ମୂଲ୍ୟ ୭୮ ଲକ୍ଷ ୩୦ ହଜାର । ସ୍ତ୍ରୀଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୭୪ ଲକ୍ଷ ୪୬ ହଜାର ଟଙ୍କା । ମୋଟ ୭୪ ଲକ୍ଷ ୯୪ ହଜାର ୩୮୨ ଟଙ୍କା ଋଣ ରହିଛି । ୭ଟି କମ୍ପାନିରେ ସୁଜିତ୍ ୫୧ ଲକ୍ଷ ୫୩ ହଜାର ନିବେଶ କରିଥିବା ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

ମୁନ୍ନା ଖାଁ

ଅଭିନେତାରୁ ରାଜନେତା ପାଲଟିଥିବା ମୁନ୍ନା ଖାଁଙ୍କ ପାଖରେ ୩୨ ଲକ୍ଷ ୯୫ ହଜାର ୫୭୬ ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ପାଖରେ ଗୋଟିଏ ହୋଣ୍ଡା ସିଟି କାର ରହିଛି । ଡାକ ଘରେ ୨ ଲକ୍ଷ ୩୬ ହଜାର ୮୬୬ ଟଙ୍କା ଜମା ଅଛି । ୨୨ ଲକ୍ଷ ୫୦ ହଜାର ଟଙ୍କାର ଏଲଆଇସି, ୨୪ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଅଛି । ୧୪ ଲକ୍ଷ ଟଙ୍କା ଋଣ ନେଇଛନ୍ତି । ୧ କୋଟି ୬୦ ଲକ୍ଷ ୩୯୦ ଟଙ୍କାର ଅସ୍ଥାବର ଜମି ରହିଥିବା ମୁନ୍ନା ଖାଁ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

ମମତା ମହନ୍ତ

ମୟୂରଭଞ୍ଜର ଆଦିବାସୀ ଝିଅ ତଥା ନାରୀ ସଶକ୍ତିକରଣ ପାଇଁ ପରିଚିତ ଥିବା ମମତା ମହନ୍ତଙ୍କ ପାଖରେ ମୋଟ ୨୫ ଲକ୍ଷ ୩ ହଜାର ୯୪୪ ଟଙ୍କାର ସମ୍ପତ୍ତି ରହିଛି । ନିଜ ପାଖରେ ୮ ଲକ୍ଷ ୨୨ ହଜାର ୭ ଟଙ୍କା ଥିବା ବେଳେ ସ୍ୱାମୀଙ୍କ ପାଖରେ ୧୬ ଲକ୍ଷ ୮୧ ହଜାର ୯୩୭ ଟଙ୍କା ରହିଛି । ସେହିପରି ତାଙ୍କ ନିକଟରେ ୨୯ ଲକ୍ଷ ୪୫ ହଜାର ୮୪୦ ଟଙ୍କାର ଜମି ରହିଥିବା ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ମମତା ମହନ୍ତ ।

ସୁବାସ ସିଂ

ଶ୍ରମିକ ନେତା ସୁବାସଙ୍କ ପାଖରେ ରହିଛି ୨୩ ଲକ୍ଷ ୩୭ ହଜାର ୧୮୭ ଟଙ୍କାର ସମ୍ପତ୍ତି । ତାଙ୍କ ଘରର ମୂଲ୍ୟ ୭ ଲକ୍ଷ ୨୫ ହଜାର ଟଙ୍କା ହେବ । ତାଙ୍କ ନାଁରେ ୧୧ଟି ଅପରାଧିକ ମାମଲା ରହିଛି । ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି ।

ମୁନ୍ନା ଖାଁ, ସୁଜିତ୍ କୁମାର, ସୁବାସ ସିଂ ଓ ମମତା ମହନ୍ତଙ୍କୁ ରାଜ୍ୟସଭା ଟିକେଟ୍

 

Leave a Reply