ପ୍ରଶାନ୍ତ କିଶୋରଙ୍କ ଖୋଲା ଚ୍ୟାଲେଞ୍ଜ: ବିଜେପି ଦୁଇ ଅଙ୍କ ହାସଲ କଲେ ଛାଡ଼ିଦେବି ଟ୍ୱିଟର୍

କୋଲକାତା: ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି। ବିଜେପି ପଶ୍ଚିମବଙ୍ଗରେ ସରକାର ଗଢ଼ିବା ନେଇ ସମସ୍ତ ପ୍ରକାର ଗୋଟି ଚଳାଇବା ଆରମ୍ଭ କରିଛି। ଏହାକୁ ନଜରରେ ରଖି ତୃଣମୂଳ କଂଗ୍ରେସ(ଟିଏମସି)ର ଅଧକ୍ଷ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରଜନୈତିକ ପରାମର୍ଶ୍ୟଦାତା ପ୍ରଶାନ୍ତ କିଶୋର ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ପ୍ରଶାନ୍ତ ଟ୍ୱିଟ୍ କରିଛନ୍ତି ଯେ ଯଦି ପଶ୍ଚିମବଙ୍ଗରେ ବିଜେପି ଦୁଇଅଙ୍କ ବିଶିଷ୍ଟ ସଂଖ୍ୟାର ସିଟ୍ ହାସଲ କରେ ତେବେ ସେ ଟ୍ୱିଟର ଛାଡ଼ିଦେବେ।

ପ୍ରଶାନ୍ତ ଗତ ସୋମବାର ଟ୍ୱିଟରରେ ଲେଖିଛନ୍ତି, ‘ଗଣମାଧ୍ୟମର ଏକ ବର୍ଗ ବିଜେପି ସପକ୍ଷରେ ମାହୋଲ ତିଆରି କରିବାକୁ ଚେଷ୍ଟା କରୁଛି। ଏଥିରୁ ସ୍ପଷ୍ଟ ହେଇଯାଇଉଛି ଯେ ବିଜେପି ଦୁଇ ଅଙ୍କ ବିଷିଷ୍ଟ ସିଟ୍ ହାସଲ କରିବାକୁ ସଂଘର୍ଷ କରୁଛି। ଯଦି ବିଜେପି ପଶ୍ଚିମବଙ୍ଗରେ ଭଲ ପ୍ରଦର୍ଶନ କରୁଛି ତେବ ମୁଁ ଟ୍ୱିଟର ଛାଡ଼ିଦେବି।’

ପ୍ରଶାନ୍ତ କିଶୋରଙ୍କ ଏହି ଟୁଇଟ୍‌ର ଜବାବ ଦେଇ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ପଶ୍ଚିମବଙ୍ଗର ପ୍ରଭାରୀ କୈଳାଶ ବିଜୟବର୍ଗ ଟ୍ୱିଟ୍ କରିଛନ୍ତି, ‘ପଶ୍ଚିମବଙ୍ଗରେ ବିଜେପିର ଯେଉଁ ସୁନାମି ନଚାଲିଛି, ସରକାର ଗଠନ ହେବା ପରେ ଏହି ଦେଶକୁ ନିର୍ବାଚନ ରଣନୀତିଜ୍ଞ ହରାଇବାକୁ ପଡ଼ିବ।’

ସୂଚନାଯୋଗ୍ୟ, ବିଜେପି ପାଇଁ ମିଶନ ପଶ୍ଚିମବଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କାରଣରୁ କେନ୍ଦ୍ରୀୟ ନେତୃତ୍ୱ କ୍ରମାଗତ ଭାବରେ ପଶ୍ଚିମବଙ୍ଗ ପରିଦର୍ଶନ କରୁଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ଉପରେ ଶାହ ଟିକିନିଖି ନଜର ରଖିବା ସହିତ ପ୍ରତିପକ୍ଷ ଦଳ ଟିଏମସିର ରଣନୀତି ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି।

Leave a Reply