ଦେଶରେ କମୁଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଧିରେଧିରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଆଉ ୨୪ହଜାର ୩୩୭ ନୁଆ ମାମଲା ନଜରକୁ ଆସିଛି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୫୫ହଜାର ୫୬୦ରେ ପହଞ୍ଚିଛି।

ଅନ୍ୟପଟେ ଗୋଟିଏ ଦିନରେ ୨୫ହଜାର ୭୦୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫରିଥିବାବେଳେ ଗୋଟିଏ ଦିନରେ ୩୩୩ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଦେଇଛି। ଏବେ ସୁଦ୍ଧା ଆକ୍ଟିଭ କେସ୍ ୩ଲକ୍ଷ ୩ହଜାର ୬୩୯ ରହିଥିବା ବେଳେ ମୋଟ ୧ଲକ୍ଷ ୪୫ ହଜାର ୮୧୦ ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ହାର ଦିନକୁ ଦିନ କମୁଥିବା ବେଳେ ଆସନ୍ତା ଜାନୁୟାରୀ ସୁଦ୍ଧା ଦେଶରେ ଟିକାକରଣ ଆରମ୍ଭ ହେବା ନେଇ ଗ୍ରୀନ୍ ସିଗନାଲ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଟିକା ଦେବା ନେଇ ସମସ୍ତ ଯୋଜନା ହୋଇଥିବା ବେଳେ ଏଥିରେ ଅବହେଳା କରାଯିବ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି।

 

Leave a Reply