ମାର୍କେଟିଂ ଚାକିରିରୁ କିଡନୀ ଠକ, ବଡ଼ଲୋକ ହେବାର ସ୍ୱପ୍ନରୁ ସାଜିଥିଲେ ଭଦ୍ରଚୋର

Police Arrested Kidney Broker Himansu Nanda Bhubaneswar

ଭୁବନେଶ୍ୱର: କିଡନୀ ଦେବା ନାଁରେ ଠକେଇ ମାମଲା । ଅଭିଯୁକ୍ତ ହିମାଂଶୁ ନନ୍ଦଙ୍କ ନାମରେ ଏକାଧିକ ମାମଲା ରହିଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାର ଲୋକଙ୍କୁ କିଡନୀ ଦେବାକୁ ଲକ୍ଷାଧିକ ଟଙ୍କା ଠକେଇ କରିଛି ହିମାଂଶୁ । ଭୁବନେଶ୍ୱରରେ ରହୁଥିବା ପ୍ରତାପ ମିଶ୍ରଙ୍କ ଠାରୁ ୫ ଲକ୍ଷ ୫୦ ହଜାର ଟଙ୍କା ଠକେଇ କରିଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ଟ୍ରାକିଂ କରି ଗିରଫ କରିଥିଲା । ଗିରଫ ପରେ ଏକାଧିକ ଲୋକଙ୍କୁ ଠକେଇ କରିଥିବା ନେଇ ମାମଲା ବଢିବାରେ ଲାଗିଛି ।

Police Arrested Kidney Broker Himansu Nanda Bhubaneswar

ଖୋଲୁଛି କିଡନୀ ଠକର କଳା ଗୁମର । କାହାଠାରୁ ୫ ଲକ୍ଷ ତ କାହାଠୁ ୩ ଲକ୍ଷ । କିଡନୀ ଦେବାକୁ କହି ମାରି ନେଇଛି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା । ନୟାପଲ୍ଲୀ ପରେ ଲକ୍ଷ୍ମୀସାଗର ଥାନାରେ ଏନେଇ ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ପଟ୍ଟମୁଣ୍ଡାଇ ହିମାଂଶୁ ଭୂଷଣ ନନ୍ଦ । ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ କିଡନୀ ଦେବାକୁ କହି ୫୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଛନ୍ତି ଏ ଭଦ୍ର ଠକ । ଭୁବନେଶ୍ୱରରେ ରହୁଥିବା ବାଲେଶ୍ୱରର ପ୍ରତାପ ଚନ୍ଦ୍ର ମିଶ୍ରଙ୍କୁ କିଡନୀ ଦେବାକୁ ୫ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ । ଘରୋଇ ହସ୍ପିଟାଲରେ କିଡନୀ ପ୍ରତିରୋପଣ କରିବାକୁ ଓଟି ଠିକ ହୋଇଛି । ବଳକା ଏକ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ସନ୍ଦେହ ପରେ ସମ୍ପୃକ୍ତ ହସ୍ପିଟାଲରେ ପଚରାଉଚରା ପରେ ସାମନାକୁ ଆସିଥିଲା ହିମାଂଶୁର ସତ ।

Police Arrested Kidney Broker Himansu Nanda Bhubaneswar

ଭୁବନେଶ୍ୱରରେ ଏକ ଘରୋଇ ହସପିଟାଲରେ ହିମାଂଶୁ ଭୂଷଣ ନନ୍ଦ ମାର୍କେିଟିଂରେ ଥିଲେ । ରାତାରାତି ବଡ଼ ଲୋକ ହେବା ସ୍ୱପ୍ନରୁ ଆରମ୍ଭ କରିଥିଲା କିଡନୀ ବେପାର । ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ, ଏବେ ଅନେକ ମାଳ ମାଳ ମାମଲା ସାମ୍ନାକୁ ଆସିଛି । ଲକ୍ଷ୍ମୀସାଗର ଅଞ୍ଚଳର ଜଣଙ୍କ ଠାରୁ କିଡନୀ ଦେବାକୁ କହି ୩ ଲକ୍ଷ ୧୯ ହଜାର ଟଙ୍କା ଠକେଇ କରିଥିବା ଥାନାରେ ଅଭିଯୋଗ ହୋଇଛି । ସେହିଭଳି ନାଇଜେରିଆରେ ରହୁଥିବା ଜଣେ ଓଡ଼ିଆ ଲୋକଙ୍କ ଠାରୁ ୧୨ ଲକ୍ଷ ଏବଂ ଅନ୍ୟ ଜଣଙ୍କ ଠାରୁ ୧୧ ଲକ୍ଷ ଟଙ୍କା ଠିକ ନେଇଥିବା ଅଭିଯୋଗକାରୀ ମାନେ ଅଭିଯୋଗ କରିଛନ୍ତି । ହିମାଂଶୁ ଠାରୁ ନକଲି ହସ୍ପିଟାଲ କାଗଜପତ୍ର ଜବତ କରିଛି ପୋଲିସ ।

Leave a Reply