ଅମାନିଆଙ୍କ ପାଇଁ ଲକ୍‌ଡାଉନ୍‌ ନାହିଁ ! ଅଟୋରେ ଯାଉଛନ୍ତି ୧୪, ଧରିଲା ପୋଲିସ…

1 min read
Lock Down

ସଂକ୍ରମଣକୁ ମାତ୍ ଦେବାକୁ ରାଜ୍ୟ ସରକାର ଲକଡାଉନ କରିଛନ୍ତି । ଅତି ଦରକାର ନଥିଲେ ଘରୁ ବାହାରିବାକୁ ମନା କରିଛନ୍ତି । କିନ୍ତୁ ଏବେବି ରାସ୍ତାରେ ବୁଲୁଛନ୍ତି ଅନେକ ଅମାନିଆ । ପୋଲିସ ଧରୁଛି, ଜୋରିମାନା ବି ନେଉଛି କିନ୍ତୁ ଅମାନିଆ ନିୟମ ମାନିବାକୁ ନାରାଜ ।

Lock Down

ପୋଲିସର ଅନୁମତି ପତ୍ରକୁ ବି କଲେ ଜାଲିଆତି

ଲକଡାଉନ୍‌ ନିୟମ ଭାଙ୍ଗୁଥିବାର ଅମାନିଆଙ୍କ ଠାରୁ ପ୍ରତିଦିନ ଜୋରିମାନା ଆଦାୟ ହେଉଛି କିନ୍ତୁ ଅମାନିଆଙ୍କ ମୌଜ କମୁନି । ଭୁବନେଶ୍ୱର ଏଜି ଛକରେ ପୋଲିସ ହାବୁଡ଼ରେ ପଡିଥିବା ଜଣେ ଯୁବକ ଅଜବ ଯୁକ୍ତି ବାଢ଼ିଛନ୍ତି । ଲକ୍‌ଡାଉନ୍‌ ସମୟରେ ମିଠା ଖାଇବାକୁ ତାଙ୍କର ଇଛା ହେଲା । ଘର ପାଇଁ ରସଗୋଲା ଓ ଛେନା ପୋଡ଼ କିଣିବାକୁ ବଜାରକୁ ଆସିଥିଲେ । ୧୫୦ ଟଙ୍କାର ମିଠା କିଣି ଘରକୁ ଯିବା ସମୟରେ ୧୦୦ ଟଙ୍କା ଫାଇନ୍ ବି ଦେଇଥିଲେ ।

ସେପଟେ ଜୟଦେବ ବିହାରରେ ଚେକିଂ ଚାଲିଥିବା ସମୟରେ ପୋଲିସ ହାବୁଡ଼ରେ ପଡିଥିଲା ଏକ ଅଟୋ ରିକ୍ସା । ଅଟୋରେ ୧୪ ଜଣ ବସିଥିବା ଦେଖି ପୋଲିସ ବି ଚିନ୍ତାରେ ପଡିଯାଇଥିଲା । ଆଗରେ ଡ୍ରାଇଭର ସମେତ ଦୁଇ ଜଣ ଥିବାବେଳେ ମଝି ସିଟରେ ପୁରୁଷ ମହିଳା ଓ ଶିଶୁଙ୍କୁ ମିଶାଇ ୯ ଜଣ ଓ ପଛ ସିଟରେ ୩ ଜଣ ପୁରୁଷ ବସିଥିଲେ । ନିୟମ ଉଲଂଘନ କରିଥିବାରୁ ୧୦୦ ଟଙ୍କା ଜରିମାନା ଦେଲେ । ପୋଲିସକୁ ଦେଖି କିଛି ଲୋକ ଅଟୋରୁ ଓହ୍ଲାଇ ଆଗକୁ ପଳାଇଥିଲେ ।

Lock Down

ଜରୁରୀ କାମ ପାଇଁ ପୋଲିସ ଗୋଟିଏ ଦିନର ପାସ ଦେଉଛି । ହେଲେ ପାସରେ ତାରିଖ ବଦଳାଇ ଅନେକ ଅମାନିଆ ମନ ଇଛା ବୁଲୁଥିବାର ଦେଖିବାକୁ ମିଳିଛି ।

(ରିପୋର୍ଟର- ଅନୁଜ ଦାସ)

Leave a Reply