ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଏକାଠି ହେବେ ବିହାରୀ, ଥାଳି ବଜାଇ କରିବେ ଏକତା ପ୍ରଦର୍ଶନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଉପରେ ଏବେ ବି ପରଦା ପଡ଼ି ରହିଛି । ଏତେ ସଫଳତା ହାତେଇଥିବା ଜଣେ ଯୁବ ଅଭିନେତାଙ୍କର ମୃତ୍ୟୁ କେମିତି ହେଲା ? ସେ କ’ଣ ସତରେ ଆତ୍ମହତ୍ୟା କରିଛନ୍ତି ? ଏଭଳି କିଛି ପ୍ରଶ୍ନରେ ଘାଣ୍ଟି ହେଉଛନ୍ତି ସୁଶାନ୍ତଙ୍କ ଫ୍ୟାନ୍‌ ଏବଂ ପରିବାର । ତଦନ୍ତକାରୀ ସଂସ୍ଥା ଏହାକୁ ଆତ୍ମହତ୍ୟା ଘୋଷଣା କରିଛନ୍ତି । କିନ୍ତୁ କଡ଼ା ତଦନ୍ତ ଜାରି ରହିଛି । ଏଥିସହିତ ସୁଶାନ୍ତଙ୍କ ମୃତ୍ୟୁରେ ବିହାରବାସୀଙ୍କ ଅସନ୍ତୋଷ ବନ୍ଦ ହୋଇ ନାହିଁ ।

ସୁଶାନ୍ତଙ୍କୁ ମାରିଦିଆଯାଇଛି ତାଙ୍କୁ ନ୍ୟାୟ କିପରି ମିଳିବ ସେନେଇ ଅଭିଯାନ ମଧ୍ୟ ଜାରି ରହିଛି । ମହିଳା ବିକାଶ ଫୋରମ୍ ଘୋଷଣା କରିଛି ଯେ ସୁଶାନ୍ତଙ୍କୁ ନ୍ୟାୟ ପାଇଁ ଜୁଲାଇ ୧୪ ରେ ବିହାର ଏକତା ଦିବସ ପାଳନ କରିବ । ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ବିହାରୀ ଏକ ସମୟରେ ଥାଳି ଏବଂ ଘଣ୍ଟି ବଜାଇ ଏକତା ପ୍ରଦର୍ଶନ କରିବେ ।

ସଂଗଠନର ସଂଯୋଜକ ବୀଣା ମନଭି ଏବଂ ସଦସ୍ୟମାନେ ବିହାରୀମାନଙ୍କୁ ନିବେଦନ କରିଛନ୍ତି ଯେ ସମସ୍ତେ ଏକାଠି ଥାଳି ବଜାଇବେ । ଯାହାଫଳରେ ସୁଶାନ୍ତଙ୍କୁ ନ୍ୟାୟ ମିଳିପାରିବ ଏବଂ ଯେମିତି ଆଉ କୌଣସି ସୁଶାନ୍ତଙ୍କ ସହ ବଲିଉଡରେ ଏପରି ଘଟଣା ଘଟିବ ନାହିଁ । ମହିଳା ବିକାଶ ମଞ୍ଚ ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅଭିନେତା ସଲମାନ ଖାନ, କରଣ ଜୋହର, ରିୟା ଚକ୍ରବର୍ତ୍ତୀଙ୍କ ସମେତ ୫ ଜଣଙ୍କ ବିରୋଧରେ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ପାଖରେ ଏତଲା ଦାଖଲ କରିଥିଲା ।

ଶେଖର ସୁମନ କଣ ପ୍ରଶ୍ନ ଉଠାଇଥିଲେ

ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତ ବିହାରର ଥିଲେ ଏବଂ ସେ ୧୪ ଜୁନରେ ଆତ୍ମହତ୍ୟା କରିଥିଲେ । ତଥାପି, ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରକାରର ପ୍ରଶ୍ନ ଉଙ୍କି ମାରୁଛି । କେହି କେହି ଏହାକୁ ବଲିଉଡର ନେକ୍ସସ ସହିତ ତୁଳନା କରୁଛନ୍ତି ଏବଂ କେହି କେହି ସେ  ନେପୋଟିଜମର ଶିକାର ବୋଲି କହୁଛନ୍ତି । ବିହାରରୁ ଆସିଥିବା ଭେଟେରାନ ଅଭିନେତା ଶେଖର ସୁମନ ସୋମବାର ପାଟନାରେ ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ ଭେଟିଥିଲେ । ଏହି ସମୟରେ ସେ କହିଥିଲେ ଯେ ବଲିଉଡରେ ନେପୋଟିଜମ ଅପେକ୍ଷା ଗ୍ରୁପିଜମକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ମାଫିଆ ଏବଂ ଅଣ୍ଡରୱାର୍ଲ୍ଡର ସ୍ଥାନ ବର୍ତ୍ତମାନ ଗ୍ରୁପିଜମ ନେଇସାରିଛି ।

ସିବିଆଇ ତଦନ୍ତ ଚାହୁଁଛି ସୁଶାନ୍ତଙ୍କ ପରିବାର

ଶେଖର ସୁମନ, ସୁଶାନ୍ତଙ୍କ ଆତ୍ମହତ୍ୟା ଉପରେ ପ୍ରଶ୍ନ କରି କହିଛନ୍ତି ଯେ ଯଦି ଏହା ଆତ୍ମହତ୍ୟା ହୋଇଥାନ୍ତା ତେବେ ସୁଶାନ୍ତ ନିଶ୍ଚିତ ଭାବରେ ଏକ ନୋଟ୍ ଲେଖି ଛାଡିଥାନ୍ତେ । ସୂଚନାଯୋଗ୍ୟ, ଜୁନ୍ ୧୪ ତାରିଖରେ  ମୁମ୍ବାଇର ଫ୍ଲାଟରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା । ପୋଲିସ ଏହାକୁ ଆତ୍ମହତ୍ୟା ମାମଲା ବୋଲି ବର୍ଣ୍ଣନା କରିଛି । ପରିବାର ଏବଂ ପିତାଙ୍କ ସହ ପରିବାର ଲୋକ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ପରିବାର ମୁମ୍ବାଇରେ ପହଞ୍ଚିବା ପରେ ଜୁନ୍ ୧୫ ରେ ସୁଶାନ୍ତଙ୍କୁ ଶବଦାହ କରାଯାଇଥିଲା । ପାଟଣାର ରାଜୀବନଗରରେ ଥିବା ତାଙ୍କ ବାସଭବନରୁ ସୁଶାନ୍ତଙ୍କ ଶ୍ରାଦ୍ଧ କର୍ମ କରାଯାଇଥିଲା ।

Leave a Reply