ବେଉର ଜେଲରେ ରଚା ଯାଇଥିଲା ବଙ୍ଗଳା ବିଜେପି ନେତା ମନୀଷ ଶୁକ୍ଳାଙ୍କ ହତ୍ୟା ଷଡ଼ଯନ୍ତ୍ର

1 min read
Patna Conspiracy Was Hatched To Kill Bengal BJP Leader Manish Shukla In Beur Jail

ପାଟଣା: ବିଜେପି ନେତା ମନୀଷ ଶୁକ୍ଳାଙ୍କ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଛି । ଅନ୍ୟପଟେ ମନୀଷଙ୍କ ହତ୍ୟାର ଲିଙ୍କ୍ ରହିଛି ବିହାରର ବେଉର ଜେଲ ସହ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମନୀଷ ଶୁକ୍ଳାଙ୍କ ହତ୍ୟାକାଣ୍ଡର ପୂରା କାହାଣୀ ପଶ୍ଚିମବଙ୍ଗରେ ଲେଖା ଯାଇଥିଲା । କିନ୍ତୁ, ମର୍ଡର ପ୍ଲଟ ରଚା ଯାଇଥିଲା ବିହାରର ବେଉର ଜେଲରୁ । ସୂଚନା ଅନୁସାରେ ବେଉର ଜେଲରେ ଥିବା କୁଖ୍ୟାତ ସୋନା ଲୁଟକାଣ୍ଡର ଅଭିଯୁର୍କ ସୁବୋଧ ସିଂହ ଏହି ହତ୍ୟାକାଣ୍ଡ ପାଇଁ ସୁପାରି ନେଇଥିଲା । ଆଉ ସେ ନିଜ ଗ୍ୟାଙ୍ଗ ଦ୍ୱାରା ମନୀଶ ଶୁକ୍ଳାଙ୍କୁ ହତ୍ୟା କରିଥିଲା । କୁହାଯାଉଛି ଏହି ହତ୍ୟାକାଣ୍ଡରେ ଦୁଇଜଣ ସୁପାରି କିଲର ସାମିଲ ଥିଲେ । ବିହାରର ମୁଙ୍ଗରେ ନିର୍ମିତ ବନ୍ଧୁକ ହତ୍ୟାରେ ବ୍ୟବହୃତ କରାଯାଇଥିଲା ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗର ଏକ ରାଜନୈତିକ ଦଳ ସହ ଜଡ଼ିତ ଲୋକ ମନୀଷ ଶୁକ୍ଳାଙ୍କ ହତ୍ୟା ପାଇଁ ସୁପାରି ଦେଇଥିଲେ । ଏବେ ଏହି ମାମଲାକୁ ନେଇ ପଶ୍ଚିମବଙ୍ଗ ପୋଲିସ ବିହାର ପୋଲିସ ସହିତ ସମ୍ପର୍କରେ ଅଛି । ତେବେ, ଏହି ମାମଲା ଉପରେ ବିହାର ପୋଲିସର ସ୍ଥାନୀୟ ଅଧିକାରୀ କିଛି କହୁନାହାଁନ୍ତି । ଏହବାଦ୍ ସୂଚନା ମିଳୁଛି ମନୀଷ ଶୁକ୍ଳାଙ୍କ ଙ୍କ ସହ ଆହୁରି ଦୁଇ ଜଣ ବିଜେପି ନେତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା ।

Patna Conspiracy Was Hatched To Kill Bengal BJP Leader Manish Shukla In Beur Jail
FILE

ବିଜେପି ନେତା ମନୀଷ ଶୁକ୍ଳାଙ୍କ ହତ୍ୟାକାଣ୍ଡ ମାମଲାରେ ବିଜେପି ବିଧାୟକ ନୀତିନ ନବୀନ କହିଛନ୍ତି- ଆମେ ଲଗାତାର କହୁଛୁ ବଙ୍ଗଳାରେ ରାଜନୈତିକ ହତ୍ୟାକାଣ୍ଡ ଘଟୁଛି । ମମତା ବାନାର୍ଜୀ ଗତ ତିନିବର୍ଷ ହେଲା ଯେଭଳି ରାଜନୀତି କରୁଛନ୍ତି । ସେହିଭଳି ଲୋକସଭା ନିର୍ବାଚନ ପୂର୍ବରୁ ମମତା ହତାଶା ଓ ନିରାଶାରେ ହତ୍ୟା କରୁଥିଲେ । ଗୋଟିଏ ସମୟରେ ବିହାରରେ ନରସଂହାର ସମୟ ଥିଲା । ଆଜି ପଶ୍ଚିମବଙ୍ଗରେ ରାଜନୈତିକ ହତ୍ୟାର ସମୟ ଚାଲିଛି । ମମତା ବାନାର୍ଜୀ ଓ ଲାଲୁ ଯାଦବଙ୍କ ବ୍ୟବହାର ଗୋଟିଏ ପ୍ରକାରର ।

ଅନ୍ୟପଟେ ଜେଡିୟୁ ନେତା ସଞ୍ଜୟ ସିଂହଙ୍କ କହିବା କଥା- ପଶ୍ଚିମବଙ୍ଗରେ ଏହି ହତ୍ୟାକାଣ୍ଡ ଘଟିଛି । ଯଦି ବିହାରର ବେଉର ଜେଲ୍ ସହ ମନୀଷ ଶୁକ୍ଳାଙ୍କ ହତ୍ୟାର ସମ୍ପର୍କ ରହିଛି ତ ଉଭୟ ରାଜ୍ୟର ପୋଲିସର ଏହାର ଯାଞ୍ଚ କରିବେ । ତଦନ୍ତରେ ବିହାର ପୋଲିସ ପଶ୍ଚିମବଙ୍ଗ ପୋଲିସକୁ ସମ୍ପୂର୍ଣ୍ଣ ସହାୟତା କରିବ । ଯିଏ କେହିବି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ତା ବିରୋଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Patna Conspiracy Was Hatched To Kill Bengal BJP Leader Manish Shukla In Beur Jail

ପଶ୍ଚିମବଙ୍ଗର ବିଜେପି କାଉନସିରଲର ମନୀଷ ଶୁକ୍ଳାଙ୍କୁ ଗତ ଅକ୍ଟୋବର ୨୪ ତାରିଖରେ ଉତ୍ତର ପ୍ରଗଣା ଜିଲ୍ଲାରେ ବାଇକରେ ଆସି ୨ ଜଣ ଗୁଳିମାରି ହତ୍ୟା କରିଥିଲେ । ମନୀଷଙ୍କୁ ହତ୍ୟା ପରେ ପଶ୍ଚିମବଙ୍ଗରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିବା ବେଳେ ବିଜେପି ଏହାର ସିବିଆଇ ଯାଞ୍ଚ ଦାବି କରିଥିଲା । ଏପରିକି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବି କରିଥିଲା ବିଜେପି । ଅନ୍ୟପଟେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ଅଭିଯୋଗ କରିଥିଲା- ଦଳ ଭିତରେ କଳହର ଏହା ପରିଣତି ।

ଏଯାଏଁ ମାମଲାରେ ପଶ୍ଚିମବଙ୍ଗ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଦୁହିଁଙ୍କ ନାମ ମୋହମ୍ମଦ ଖୁର୍ରମ ଓ ଗୁଲାବ ଶେଖ । ପୋଲିସ ସୂତ୍ର ଅନୁସାରେ ଏ ଦୁହେଁ ଅନ୍ୟରାଜ୍ୟରୁ ସାର୍ପସୁଟରଙ୍କୁ ଭଡ଼ାରେ ଆଣି ହତ୍ୟାକାଣ୍ଡ ଘଟାଇ ଥିଲେ । ଏବେ ଏହି ମାମଲାରେ ବିହାର ସମ୍ପର୍କ ଆସିବା ପରେ ଏହା ବଡ଼ ଷଡ଼ଯନ୍ତ୍ର ଆଡ଼କୁ ଇଶାରା କରୁଛି ।

Leave a Reply