କରୋନାରେ ହେଲା ମାଆଙ୍କ ମୃତ୍ୟୁ, ଡାକ୍ତରଖାନା ଝରକା ଉପରେ ଚଢ଼ି ମାଆଙ୍କୁ ଶେଷ ବିଦାୟ ଦେଲା ପୁଅ… ଦେଖନ୍ତୁ ଭାଇରାଲ ଫଟୋ

Palestinian Son gives his last goodbye to his mother by climbing hospital window, videos goes viral

ନୂଆଦିଲ୍ଲୀ: କରୋନା ଭାଇରସର ଭୟଙ୍କର ପ୍ରକୋପ ସାରା ବିଶ୍ୱକୁ ହନ୍ତସନ୍ତ କରୁଛି । ତେବେ ଏହି ସମୟରେ ଏମିତି ଏକ ପୁଅର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ପଢ଼ିବା ପରେ ଆପଣଙ୍କ ଆଖିରୁ ମଧ୍ୟ ଲୁହ ଝରିଆସିବ । ସୂଚନା ଅନୁସାରେ ୱେଷ୍ଟ ବ୍ୟାଙ୍କ୍ ବେଇଟ ଆୱା ସହରର ଫିଲିସ୍ତୀନୀର ଯୁବକ ଜିହାଦୀ ଅଲ-ସୁୱାତୀ ହେବ୍ରାନ ଡାକ୍ତରଖାନାର ଆଇସିୟୁରେ ଝରକାରେ ଚଢ଼ି ନିଜ ମାଆକୁ ଶେଷ ବିଦାୟ ଦେଉଥିବା ନଜର ଆସିଛି । ଝରକାରେ ବସିଥିବା ଏହି ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ଯାହାକୁ ଦେଖି ଲୋକମାନେ ଖୁବ ଇମୋସନାଲ ମଧ୍ୟ ହୋଇପଡ଼ିଛନ୍ତି । ଜଣାଇ ରଖୁଛୁ ଯେ, ଝରକାରେ ବସିଥିବା ଏହି ଯୁବକଙ୍କର ମାଆ କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିଲେ ।

ଝରକାରେ ବସିଥିବା ଏହି ଯୁବକଙ୍କ ମାଆଙ୍କ ନାଁ ରଶ୍ମି ସୁବିତ୍ତୀ ଅଟେ । ୪ ଦିନ ପୂର୍ବରୁ କରୋନା ଭାଇରସ ଦ୍ୱାରା ରଶ୍ମି ସୁବିତ୍ତୀଙ୍କ ମୃତ୍ୟୁ ହୋଇଥିଲା । ରିପୋର୍ଟ ମୁତାବକ ଯେତେବେଳେ ରଶ୍ମିଙ୍କ ପୁଅ ତାଙ୍କ ସହ ଦେଖା କରିବା ପାଇଁ ଡାକ୍ତରାଖାନାରେ ପହଞ୍ଚିଲେ ତାର କିଛି ସମୟ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଫଟୋକୁ ସେୟାର କରି ସେ ଲେଖିଥିଲେ ଯେ, କୋଭିଡ ୧୯ ରେ ସଂକ୍ରମିତ ଜଣେ ଫିଲିସ୍ତୀନୀ ମହିଳାଙ୍କ ପୁଅ ପ୍ରତ୍ୟେକ ଦିନ ରାତିରେ ନିଜ ମାଆଙ୍କୁ ଦେଖିବା ପାଇଁ ଡାକ୍ତରଖାନାର ଝରକା ଉପରେ ଚଢ଼ୁଥିଲେ ।

ଏହି ଫଟୋ ସେୟାର ହେବା ପରେ ସୋସିଆଲ ମିଡିଆ ୟୁଜୋର୍ସ କମେଣ୍ଟରେ ଲେଖିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖଦାୟକ, ଏହି ଫଟୋକୁ ଦେଖିବା ପରେ ମୋ ଆଖିରୁ ଲୁହ ଝରିପଡ଼ିଲା । ଅନ୍ୟପଟେ ଏହି ଫଟୋ ଅତ୍ୟନ୍ତ ପ୍ରେରଣାଦାୟକ ବୋଲି ୟୁଜର୍ସ କହିଛନ୍ତି ।

ମିଡିଆ ରିପୋର୍ଟ ମୁତାବକ ଯୁବକର ମାଆ କରୋନା ଭାଇରସ ଦ୍ୱାରା ସଂକ୍ରମିତ ଥିବା ସହିତ ଲ୍ୟୁକେମିୟାରେ ମଧ୍ୟ ପିଡ଼ିତ ଥିଲେ । ଯୁବକଙ୍କ ମାଆଙ୍କୁ ହେବ୍ରୋନ ରାଜକୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ ପାଞ୍ଚ ଦିନ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ରିପୋର୍ଟ ମୁତାବକ ଯୁବକ ନିଜ ମାଆଙ୍କୁ ଦେଖିବା ପାଇଁ ପ୍ରତିଦିନ ଝରକାରେ ଚଢ଼ି ବସୁଥିଲା । ଯୁବକଙ୍କ କହିବା ଅନୁଯାୟୀ, ମୁଁ ମୋ ମାଆଙ୍କୁ ଶେଷଥର ପାଇଁ ବିଦାୟ ଦେବାପାଇଁ ଚାହୁଥିଲି । କିନ୍ତୁ ଡାକ୍ତରଖାନାର ନିୟମ ଅନୁସାରେ ମତେ ଡାକ୍ତରଖାନା ଭିତରକୁ ଯିବାକୁ ଅନୁମତି ନଥିଲା । ତେଣୁ ମୁଁ ଡାକ୍ତରଖାନାର ଝରକା ଉପରେ ଚଢ଼ି ମାଆଙ୍କୁ ଦେଖିବାକୁ ଲାଗିଲି ।

Leave a Reply