ଓଃ କି ଶାନ୍ତି ! ରେଳବିଭାଗ ଆଣିଲା ବଢ଼ିଆ ପଦକ୍ଷେପ

ନାସିକ: ଜେଣ୍ଟ୍‌ସ ପାର୍ଲର, ଲେଡ଼ିସ ପାର୍ଲର, ବିୟୁଟି ପାର୍ଲର ଆପଣ ଶୁଣିଥିବେ । କିନ୍ତୁ ଏବେ ନୂଆ ଟ୍ରେଣ୍ଡ ହୋଇଛି ଅକ୍ସିଜେନ୍ ପାର୍ଲର । ପ୍ରଦୂଷଣର ବିଷ ବଳୟରୁ ମଣିଷ ମୁକ୍ତି ପାଇଁ ବାଟ ଖୋଜୁଥିବା ବେଳେ ରାସ୍ତା ଦେଖାଇଛି ଏହି ଅକ୍ସିଜେନ୍ ପାର୍ଲର ।

ଭାରତୀୟ ରେଲଓ୍ୱେ ଏବଂ ଏରୋ ଗାର୍ଡ଼ର ମିଳିତ ଉଦ୍ୟମରେ ମହାରାଷ୍ଟ୍ରର ନାସିକ ରେଲଓ୍ୱେ ଷ୍ଟେସନରେ ଏହି ପାର୍ଲର ନିର୍ମାଣ କରାଯାଇଛି । ଭାରତୀୟ ରେଲଓ୍ୱେ ଷ୍ଟେସନ ଗୁଡ଼ିକରେ ଅନେକ ସମୟରେ ଦୁର୍ଗନ୍ଧମୟ ପରିବେଶ ଦେଖାଦେଇଥାଏ । ଯାତ୍ରୀମାନଙ୍କୁ ରେଲଓ୍ୱେ ଷ୍ଟେସନ ରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଯାହାକୁ ଆଖିଆଗରେ ରଖି ଏଭଳି ନିଷ୍ପତ୍ତି ନେଇଛି ଭାରତୀୟ ରେଲଓ୍ୱେ । ଏହି ପାର୍ଲର ଶୁଦ୍ଧ ବାୟୁ ସହ ଏକ ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିବ । ଏହି ପାର୍ଲର ଷ୍ଟେସନକୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରିବ ।

ପାର୍ଲର ମଧ୍ୟରେ ବିଭିନ୍ନ ପ୍ରକାରର ଔଷଧିୟ ଗଛ ଲଗାଯାଇଛି । ଯେଉଁ ଗଛ ଅଧିକ ପରିମାଣରେ ଅମ୍ଳଜାନ ଛାଡ଼ିଥାଏ । ଏହି ପାର୍ଲର ମଧ୍ୟରେ ୧୫ ଶହରୁ ଅଧିକ ଗଛ ଲଗାଯାଇଛି । ଆପଣ ମାନେ ଶୁଣି ଖୁସି ହେବେ ଏହି ପାର୍ଲର ନାସାର ଜ୍ଞାନ କୌଶଳରେ ତିଆରି କରାଯାଇଛି ।

Leave a Reply