ଏୟାରଟେଲ ଆଣିଲା ଭୋ ଓ୍ୱାଇ ଫାଇ ସେବା, ମୋବାଇଲରେ ବାଲାନ୍ସ ନପକାଇ କଥା ହେବେ ଘଣ୍ଟା ଘଣ୍ଟା

ନୂଆଦିଲ୍ଲୀ: ଆପଣଙ୍କ ଫୋନରେ ନେଟଓ୍ୱର୍କ ପ୍ରୋବ୍ଲେମ ଅଛି କି ? କଥା ହେଲା ବେଳେ ଫୋନ ଅଧାରୁ କଟିଯାଉଛି କି ? କିମ୍ବା ବେଳେ କଥା ଛାଡ଼ି ଛାଡ଼ି ଶୁଭୁଛି କି ? ଯଦି ଏଭଳି ହେଉଛି ତେବେ ଜାଣନ୍ତୁ ଆପଣଙ୍କ ଫୋନ ଖରାପ ନେଟ୍ଓ୍ୱର୍କ ଦେଇ ଗତିକରୁଛି । କିନ୍ତୁ, ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏଥର ଫୋନରେ କଥା ହେବା ପାଇଁ ନେଟ୍ଓ୍ୱର୍କ କି ବାଲାନ୍ସର ଆବଶ୍ୟକତା ପଡ଼ିବ ନାହିଁ ।

ଆପଣ ବିନା ଫୋନ ନେଟଓ୍ୱର୍କରେ ବି ଅନ୍ୟ ଜଣଙ୍କ ସହ କଥା ହେଇପାରିବେ । କାରଣ ଟେଲିକମ୍‌ ଦୁନିଆକୁ ଆସିଛି ଏୟାରଟେଲର ଭୋ ଓ୍ୱାଇ ଫାଇ । ଏହାଦ୍ୱାରା ଗ୍ରାହକ ମାନେ ବିନା ନେଟଓ୍ୱର୍କରେ ଓ୍ୱାଇ ଫାଇ ଦ୍ୱାରା କଥା ହେଇପାରିବେ । ସାରା ଦେଶରେ କଲ ଦରରେ ବୃଦ୍ଧି ନେଇ ଗ୍ରାହକଙ୍କ ନିଦ ହଜିଥିବା ବେଳେ ଏୟାରଟେଲର ଏହି ବ୍ୟବସ୍ଥା ଗ୍ରାହକ ମାନଙ୍କ ମଧ୍ୟରେ ଟିକେ ସାନ୍ତ୍ୱନା ଦେଇଛି ।

ଏୟାରଟେଲ ହେଉଛି ଏକମାତ୍ର ଅପରେଟର ଯିଏ ଏହି ସେବା ଭାରତରେ ପ୍ରଥମ ଥର ପାଇଁ ଆରମ୍ଭ କରିଛି । ଗ୍ରାହକ ମାନେ ଏଥର ବିନା ସେଲୁଲାର ନେଟଓ୍ୱର୍କରେ କଲ୍‌, ଏସ୍‌ଏମ୍‌ଏସ୍‌, ଏମ୍‌ଏମ୍‌ଏସ୍‌ କରିପାରିବେ । ଏଥିପାଇଁ ଆପଣଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବା ପାଇଁ ପଡ଼ିବ ନାହିଁ । କାରଣ ଆପଣ ଏସବୁ ଏୟାରଟେଲର ଭୋ ଓ୍ୱାଇଫାଇ ସେବା ଦ୍ୱାରା କରିପାରିବେ  ।

ଏହି ସେବା ବ୍ୟବହାର କରିବା ପାଇଁ ଆପଣଙ୍କୁ ପ୍ରଥମେ ଓ୍ୱାଇ ଫାଇର ସେବା ମଧ୍ୟରେ ରହିବାକୁ ପଡ଼ିବ । ସବୁଠାରୁ ବଡ଼କଥା ହେଉଛି ଏହି ସୁବିଧା ପାଇଁ ଆପଣଙ୍କ ଫୋନରେ ଓ୍ୱାଇ ଫାଇ କଲିଂର ରହିବା ନିହାତି ଆବଶ୍ୟକ । ଆପଣ ଫୋନରେ କଥା ହେଉଥିବା ସମୟରେ ନେଟଓ୍ୱର୍କ ପ୍ରୋବ୍ଲେମ ରହିଲେ ଏହା ଅଟୋମେଟିକ୍‌  ଓ୍ୱାଇ ଫାଇ ନେଟଓ୍ୱର୍କକୁ କନଭର୍ଟ ହେଇଯିବ  । ଏଥିପାଇଁ ଆପଣଙ୍କୁ ଫୋନରେ ଭୋଲଟି ଏବଂ ଓ୍ୱାଇପାଇ କୁ ଅନ୍‌ କରି ରଖିବାକୁ ପଡ଼ିବ ।

ଏହି ସେବାକୁ ସେହି ମାନେହିଁ ବ୍ୟବହାର କରିପାରିବେ ଯେଉଁ ମାନଙ୍କ ପାଖରେ ଏୟାରଟେଲ ସିମ କାର୍ଡ ଏବଂ ଏୟାରଟେଲ ଏକ୍ସଟ୍ରିମ ହୋମ ବ୍ରଡବ୍ୟାଣ୍ଡ ଲଗାଇଥିବେ । ଯେଉଁ ଫୋନରେ ଓ୍ୱାଇଫାଇ କଲିଂର ସୁବିଧା ଥିବ ସେହି ମାନେ କେବଳ ଏହି ସେବାକୁ ବ୍ୟବହାର କରିପାରିବେ  ।

Leave a Reply