ନାବାଳିକା ଗଣଦୁର୍ଷ୍କମ ମାମଲା: ଶିଶୁ ଅଧିକାର ସୁରକ୍ଷା ଆୟୋଗରେ VC ଜରିଆରେ ହାଜର ହେଲେ ଓଟିଭି ଏମ୍‌ଡି

ଭୁବନେଶ୍ୱର: ଭୁବନେଶ୍ୱର ଇନ୍‌ଫୋସିଟି ନାବାଳିକା ଗଣଦୁର୍ଷ୍କମ ମାମଲାରେ ତଦନ୍ତ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହୋଇଛନ୍ତି ଓଟିଭି ଏମ୍‌ଡି ଜଗି ପଣ୍ଡା । ତେବେ ବ୍ୟକ୍ତିଗତ ଭାବେ ଆଜି ମଧ୍ୟ ହାଜର ହୋଇ ନାହାନ୍ତି  ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଆଜି ସେ ଭିଡିଓ କନଫରେନ୍ସିଂ ଜରିଆରେ ଭର୍ଚୁଆଲି ହାଜର ହୋଇଛନ୍ତି ।

ଆୟୋଗଙ୍କ ଆଗରେ ସେ ଭିଡିଓ କନଫରେନ୍ସିଂ ଜରିଆରେ ନିଜ ବୟାନ ରେକର୍ଡ କରିଛନ୍ତି । ପୀଡିତାଙ୍କୁ ଭେଟିବା ପାଇଁ ସେ ତାଙ୍କ ଘରକୁ ଯାଇ ନଥିବା ନିଜ ବୟାନରେ ସେ କହିଛନ୍ତି ।

ପୂର୍ବରୁ ତାଙ୍କୁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା  ବେଳେ ଆଜି ଓଟିଭି ଏମ୍‌ଡି ଭର୍ଚୁଆଲରେ ହାଜର ହୋଇଛନ୍ତି । ସେପଟେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ଓ ଅଭିଯୋକାରିଣୀଙ୍କୁ ମଧ୍ୟ ହାଜର ହେବା ପାଇଁ ନୋଟିସ୍ ଜାରି କରିଛନ୍ତି ଆୟୋଗ ।

ଉଲ୍ଲେଖଯୋଗ୍ୟ, ଆଜି ଇନଫୋସିଟି ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ୪ ଜଣଙ୍କୁ ଗିରଫ କରିଛି। ମାମଲାରେ ତଦନ୍ତର ଶିଥିଳତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ । ଡିସେମ୍ବର ୧୬ ତାରିଖ ସୁଦ୍ଧା ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟ ଆଦେଶ ଦେଇଥିଲେ । ଏହି ଅବଧି ପୂରା ହେବାର ଦୁଇ ଦିନ ପୂର୍ବରୁ କ୍ରାଇମବ୍ରାଞ୍ଚ ଆକ୍ସନ ମୋଡକୁ ଆସି ଗିରଫଦାରୀ କରିଛି ।

Leave a Reply