ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ଡିଜି ଅଭୟ

1 min read

ଭୁବନେଶ୍ୱର: ଓଡିଶା ପୋଲିସ ଡିଜି ଅଭୟ ସୋମବାର ଦିନ ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ସେ ସୁରକ୍ଷା ବ୍ୟବସ୍ଥା ଓ ମାଓ ସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି ।

ଏସମ୍ପର୍କରେ ଟ୍ୱିଟ୍ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ଓଡିଶା ପୋଲିସ । ଏହି ଗସ୍ତ ସମୟରେ ଅଭୟଙ୍କ ସହ ଆଇଜି ଅପରେସନ୍ ଅମିତାଭ ଠାକୁର, ଏସଓଜିର ଏସଆଇଡବ୍ଲୁ ଅନିରୁଦ୍ଧ ସିଂ ମଧ୍ୟ ଉପସ୍ଥିତ ରହିଥିଲେ।

ସୂଚନା ଅନୁଯାୟୀ ଗତ କିଛି ଦିନ ତଳେ ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ପୋଲିସ ଗୁଳିରେ ୨ ମାଓବାଦୀ ନିହତ ହୋଇଥିଲେ । ମୃତ ଦୁଇ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଏରିଆ କମିଟି ମେମ୍ବର ମାଲା ବୋଲି ଜଣାପଡ଼ିଥିବା ବେଳେ ଆଉ ଜଣଙ୍କ ପରିଚୟ ଜଣାପଡ଼ିନଥିଲା ।

ଏହି ଘଟଣା ସିଙ୍ଗାରାମଠାରେ ଘଟିଥିଲା। ୧୦ରୁ ଅଧିକ ମାଓବାଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ବେଳେ ଯବାନ ମାନେ ସେଠାରେ ପହଞ୍ଚିଥିଲେ । ଯବାନଙ୍କୁ ଦେଖି ପ୍ରଥମେ ମାଓବାଦୀଙ୍କ ପକ୍ଷରୁ ଆଖିବୁଜା ଗୁଳିବର୍ଷା କରାଯାଇଥିଲା । ଯବାନଙ୍କ ପକ୍ଷରୁ ଏହାର ଜବାବରେ ପାଲଟା ଗୁଳି ଚାଳନା କରାଯାଇଥିଲା । ଫଳରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ମାଓବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ ।

ସୂଚନା ଅନୁଯାୟୀ, ମାଓବାଦୀମାନେ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ, ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା । ଏସ୍‌ଓଜି ଯବାନ ଓ ଡିଭିଏଫ୍‌ ଯବାନ ଏହି ଅପରେସନ୍‌ରେ ସାମିଲଥିଲେ ।

Leave a Reply