ଜଗତସିଂହପୁରରୁ ଆଉ ଜଣେ କରୋନା ପଜିଟିଭ୍‌

1 min read

ଭୁବନେଶ୍ୱର: ଜଗତସିଂହପୁରରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ । ୧୯ ତାରିଖରେ ତିର୍ତୋଲରୁ ୫ ଟି ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା  । ଆଜି ସେମାନଙ୍କ ମଧ୍ୟରୁ ଜଣକର ରିପୋର୍ଟ ପଜିଟିଭ୍‌ ଆସିଛି । ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଆକ୍ରାନ୍ତଙ୍କୁ କିମ୍‌ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଆଜି ଗଜପତିରେ ଆଉ ୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗଜପତି ଜିଲ୍ଲାପାଳ ମଧ୍ୟ ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଥିଲେ । ଅନ୍ୟପଟେ ରାଜ୍ୟରେ ୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଛି । ୬୨ ଜଣ ସୁସ୍ଥଙ୍କ ମଧ୍ୟରେ ୪୧ ଜଣ ଗଞ୍ଜାମ ଅଞ୍ଚଳରୁ ରହିଥିବା ବେଳେ ୧୫ ଜଣ ବାଲେଶ୍ୱର ଅଞ୍ଚଳରୁ ରହିଛନ୍ତି । ସେହିଭଳି ରାଉରକେଲାରୁ ଦୁଇ ଜଣ ଓ ଭଦ୍ରକ, ମୟୁରଭଞ୍ଜ, ଯାଜପୁର ଓ ମହାରାଷ୍ଟ୍ରର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ଏବେ ମୋଟ୍‌ ୪୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Leave a Reply