ଜଣେ କରୋନା ଆକ୍ରାନ୍ତ ମାସକରେ ୪୦୬ ଜଣଙ୍କୁ କରିପାରେ ସଂକ୍ରମିତ

1 min read

ନୂଆଦିଲ୍ଲୀ: ମହମାରୀ କରୋନା ସହ ବିଶ୍ୱ ଯୁଝୁଛି । ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସମସ୍ତେ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଲକଡାଉନ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ଲୋକଙ୍କୁ ଅପିଲ୍ କରାଯାଉଛି । ଏପରି ସ୍ଥଳେ ICMR ବା ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଗବେଷଣାରୁ ନୂଆ ତଥ୍ୟ ଦେଇଛି ।

ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଯଦି ଲକଡାଉନ ନିୟମ ଓ ପ୍ରକୃତ ସାମାଜିକ ଦୂରତ୍ୱ ରକ୍ଷା ନକରନ୍ତି ତେବେ ପରିସ୍ଥିତି କେତେ ଭୟାବହ ହେବ ଅନୁମାନ କରିଛି ICMR । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଅଧ୍ୟୟନରୁ ଜଣାପଡ଼ିଛି ଯେ, ଜଣେ କରୋନା ଆକ୍ରାନ୍ତ ଲକଡାଉନ୍ ଓ ସାମାଜିକ ଦୂରତା ରକ୍ଷା ନକଲେ ତାଙ୍କଠାରୁ କରୋନା ୪୦୬ ଜଣଙ୍କୁ ବ୍ୟାପିବ ।

କରୋନା ସଂକ୍ରମିତ ସୂଚନା ଦେବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାର ଏନେଇ ସୂଚନା ଦେଇଛନ୍ତି । କରୋନା ପାଇଁ ଭାରତୀୟ ରେଳବାଇ ୨୫୦୦ କୋଚରେ ୪୦ ହଜାର ଆଇସୋଲେସନ୍ ବେଡ୍ ପ୍ରସ୍ତୁତ କରିଛି । ଦେଶର ୧୩୩ଟି ସ୍ଥାନରେ ପ୍ରତିଦିନ ୩୭୫ଟି ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ କରାଯାଉଛି ।

ଲକ୍‌ଡାଉନ୍‌ରେ ବି ସଟ୍‌ଡାଉନ୍‌ର ଆକ୍ସନ୍‌; ବିନା କାରଣରେ ଘରୁ ବାହାରିଲେ ଖାଇବାକୁ ପଡୁଛି ନିର୍ଦ୍ଧୁମ ମାଡ଼

ଦେଶରେ ମଙ୍ଗଳବାର ସୁଦ୍ଧା ୪ ହଜାର ୪୨୧ ଜଣଙ୍କ ଠାରେ କରୋନା ପଜିଟିଭ୍ ମାମଲା ମିଳିଛି । ବିଗତ ୨୪ ଘଣ୍ଟାରେ ୩୫୪ଟି ନୂଆ ମାମଲା ଚିହ୍ନଟ ହୋଇଛି । ଆଜି ସୁଦ୍ଧା ICMR ୧ ଲକ୍ଷ ୭ ହଜାର ୬ଟି ସାମ୍ପୁଲ ପରୀକ୍ଷା କରିଛି । ଏବେ ଦେଶର ୧୩୬ଟି ସରକାରୀ ଓ ୫୯ଟି ବେସରକାରୀ ଲ୍ୟାବରେ କରୋନା ପରୀକ୍ଷା କରାଯାଉଛି ।

 

Leave a Reply