ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ପଜିଟିଭ୍

1 min read

ଭୁବନେଶ୍ୱର: ମନ୍ତ୍ରୀଙ୍କୁ କରୋନା । ରାଜ୍ୟରେ ଆଉ ଜଣେ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ଭାଇରସ୍ କବଳରେ ଆସିଛନ୍ତି । ଏନେଇ ନିଜ ଟ୍ୱିଟରରେ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ଗତ ୭ ଦିନ ମଧ୍ୟରେ ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତେ ନିଜକୁ ଆଇସୋଲେଟ୍ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଚଳିତବର୍ଷ ମାର୍ଚ୍ଚ ମଧ୍ୟଭାଗରୁ ରାଜ୍ୟରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ । ସେବେଠାରୁ ବିଶ୍ରାମ ନନେଇ ଅବିରତ କାର୍ଯ୍ୟ କରୁଥିଲେ ମନ୍ତ୍ରୀ ପାଣିଗ୍ରାହୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସେ କାର୍ଯ୍ୟ କରୁଥିଲେ । ଶେଷରେ ମନ୍ତ୍ରୀ ନିଜେ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି । ଏହା ପୂର୍ବରୁ ରାଜ୍ୟର ଏକାଧିକ କରୋନା ଭାଇରସ୍ ସଂକ୍ରମିତ ହୋଇଥିବା ବେଳେ ସୁସ୍ଥ ହୋଇ ସାରିଛନ୍ତି ।

Leave a Reply