ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ ଆକ୍ରାନ୍ତ ଚିହ୍ନଟ, ୮ ମୃତ

1 min read

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟାରେ ୫୯ହଜାର ୪୯୨ ଟେଷ୍ଟିଂ ହୋଇଛି । RTPCR, ଆଣ୍ଟିଜେନ୍ ଓ ଟ୍ରୁନାଟ ମାଧ୍ୟମରେ ଟେଷ୍ଟିଂ କରାଯାଇଛି । TPCRରେ ୭ହଜାର ୧୭୨, ଆଣ୍ଟିଜେନ୍ରେ ୫ହଜାର ୨୧ଶହ ୯୫, ଟ୍ରୁନାଟ ମାଧ୍ୟମରେ ୧୨୫ ନମୁନା ପରୀକ୍ଷା ହୋଇଛି । କେନ୍ଦୁଝରରେ ସର୍ବାଧିକ ୧୨ହଜାର ୯୨୮ ନମୁନା ପରୀକ୍ଷା ହୋଇଥିବା ବେଳେ ଗଞ୍ଜାମରେ ୧୧ହଜାର ୩୫୯ଟେଷ୍ଟିଂ ହୋଇଛି ।

ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ୩ ହଜାର ୬୩୧ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  କ୍ୱାରେଣ୍ଟାଇନରୁ ୨୨୧୪ ଚିହ୍ନଟ ହୋଇଥିବାବେଳେ ଲୋକାଲ୍ କେସ୍ ୧୪୧୭ ରହିଛି । ଖୋର୍ଦ୍ଧାରୁ ସର୍ବାଧିକ ୭୨୨, କଟକରୁ ୩୭୦ ପଜିଟିଭ୍ ଚିହ୍ନଟ  ହୋଇଛନ୍ତି । ମୟୂରଭଞ୍ଜରୁ ୩୬୫, ବରଗଡ଼ରୁ ୨୩୮, ଭଦ୍ରକୁ ୧୮୬, ପୁରୀରୁ ୧୫୭, ଯାଜପୁରରୁ ୧୨୭, ବାଲେଶ୍ୱରରୁ ୧୧୪, ରାୟଗଡ଼ାରୁ ୧୧୧, ଗଞ୍ଜାମରୁ ୧୦୭, ନୟାଗଡ଼ରୁ ୧୦୦, ସୁନ୍ଦରଗଡ଼ରୁ ୯୫, କୋରାପୁଟରୁ ୯୩, କେନ୍ଦ୍ରାପଡାରୁ ୮୫, ଝାରସୁଗୁଡା ଓ କେନ୍ଦୁଝରରୁ ୮୦ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ବ୍ୟତୀତ ଜଗତସିଂହପୁରରୁ ୭୯, ସମ୍ବଲପୁରରୁ ୬୮, ଢେଙ୍କାନାଳରୁ ୫୬, ମାଲକାନିଗିରିରୁ ୫୫, ସୋନପୁରରୁ ୫୦, ନୂଆପଡାରୁ ୪୯, ନବରଙ୍ଗପୁରରୁ ୪୬, କନ୍ଧମାଳରୁ ୪୪, ଅନୁଗୁଳରୁ ୪୧, ବଲାଙ୍ଗୀରରୁ ୩୯, ବୌଦ୍ଧ ଓ କଳାହାଣ୍ଡିରୁ ୨୭ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେବଗଡ଼ରୁ ୧୧, ଗଜପତିରୁ ୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଜି କରୋନାରେ ଆଉ ୮ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୩, କଟକରୁ ୨, କନ୍ଧମାଳ, ଭୁବନେଶ୍ୱର ଓ ବାଲେଶ୍ୱରରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୫୨୨କୁ ବୃଦ୍ଧି ହୋଇଛି । ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ଲକ୍ଷେ ୧୩ହଜାର ୪୧୧କୁ ବୃଦ୍ଧି  ପାଇଛି ।

Leave a Reply