ଦେଶରେ ଦିନକରେ ସର୍ବାଧିକ ୮୩ ହଜାରରୁ ଅଧିକ ସଂକ୍ରମିତ, ହଜାରେ ୪୩ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି କରୋନା । ୨୪ଘଣ୍ଟାର ଦେଶରେ ସର୍ବକାଳୀନ ରେକର୍ଡ ସଂଖ୍ୟକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୮୩ହଜାର ୮୮୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ହଜାରେ ୪୩ଜଣ ପ୍ରାଣ ହରାଇଛନ୍ତି । ଦେଶରେ ମୋଟ୍ ପଜିଟିଭ୍ ସଂଖ୍ୟା ୩୮ଲକ୍ଷ ୫୩ହଜାର ୪୦୭କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ୍ କେସ୍ ରହିଛି ୮ଲକ୍ଷ ୧୫ହଜାର ୫୩୮ । ସୁସ୍ଥ ହେଲେଣି ୨୯ଲକ୍ଷ ୭୦ହଜାର ୪୯୩ଜଣ । ଦେଶରେ କରୋନାରେ ମୃତ୍ୟୁସଂଖ୍ୟା ୬୭ହଜାର ୩୭୬କୁ ବୃଦ୍ଧି ପାଇଛି  । ମହାରାଷ୍ଟ୍ରରୁ ୮ଲକ୍ଷ ୨୫ହଜାର ୭୩୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୫ହଜାର ୧୯୫ଜଣ ପ୍ରାଣ ହରାଇଛନ୍ତି  ।

ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରୁ ୪ଲକ୍ଷରୁ ଅଧିକ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୪ହଜାର ୧୨୫ ଓ ୭ହଜାର ୫୧୬ । କର୍ଣ୍ଣାଟକରୁ ୩ ଲକ୍ଷ ୬୧ହଜାର ୩୪୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୫ ହଜାର ୯୫୦ରେ ପହଞ୍ଚିଛି ।  ଉତ୍ତରପ୍ରଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨ଲକ୍ଷ  ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୩ହଜାର ୬୧୬ରେ ପହଞ୍ଚିଛି । ଦିଲ୍ଲୀ, ପଶ୍ଚିମବଙ୍ଗ, ବିହାର, ତେଲେଙ୍ଗାନା ଏବଂ  ଆସାମରେ ଲକ୍ଷେ ଲେଖାଏଁ ଟପିଲାଣି ସଂକ୍ରମିତଙ୍କ ସଂଖ୍ୟା ।

ଗୁଜରାଟରେ କେରାନା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାଖାପାଖି ହେଲାଣି । କରୋନା ଭାଇରସ ପାଇଁ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରଭାବଶାଳୀ ରଣନୀତି ଆପଣାଇ, ଅନେକ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଏକ ସର୍କୁଲାର ଜାରି କରିଛନ୍ତି ଏବଂ ବିସ୍ତୃତ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଛନ୍ତି।

ଚାଇନାର ୱୁହାନରେ ସ୍କୁଲ ଖୋଲି ସାରିଛି । ପ୍ରଥମ ଦିନରେ ସ୍କୁଲରେ ପିଲାମାନଙ୍କର ଖୁବ ଭଲ ଭାବେ ସ୍ୱାଗତ କରାଯାଇଥିଲା । ଛାତ୍ରମାନେ ସାମାଜିକ ଦୂରତା ପାଳନ କରୁଥିବା ଦେଖାଯାଇଥିଲା । ହଂକଂରେ ବ୍ୟାପକ ପରିମାଣରେ ନାଗରିକଙ୍କ ମାଗଣା କରୋନା ପରୀକ୍ଷାକୁ ନେଇ ଚୀନ୍ ସରକାରଙ୍କ ଉଦ୍ଦେଶ୍ୟ ଉପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି।

Leave a Reply