ଜୁଲାଇ ପରେ ଅଗଷ୍ଟ ଚିନ୍ତା: ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି

1 min read

ଭୁବନେଶ୍ୱର: ରାଜ୍ୟର ଗଳିକନ୍ଦିରେ ଚାଲିଛି କରୋନା ଟେଷ୍ଟିଂ । ଅଧିକ ଟେଷ୍ଟିଂ ଯୋଗୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ ଓ ଚିକିତ୍ସା କରିବା ସମ୍ଭବ ହୋଇଛି । ସଂକ୍ରମଣ ଭୟକୁ ଦୂରେଇ ଦେଉଛି ସୁସ୍ଥତା ହାର  । ରାଜ୍ୟରେ ଆଜି ଆଉ 16 ଶହ 02 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 33 ହଜାର 479କୁ ବୃଦ୍ଧି ପାଇଛି  l ଏବେ ସୁଦ୍ଧା ମୃତ୍ୟୁସଂଖ୍ୟା ୧୮୭ । ସେପଟେ 20 ହଜାର 517 ଜଣ ସୁସ୍ଥ ହୋଇଛନ୍ତି  । ସେପଟେ ଦେଶରେ କରୋନା କାୟା ବିସ୍ତାର କରୁଥିବା ବେଳେ ବିଶ୍ୱରେ  ସୁସ୍ଥତା ହାର କିଛି ଦିନରେ ବେଶ୍‌ ବୃଦ୍ଧି ପାଇଛି ।

କରୋନା ସଂକ୍ରମଣ ରୋକିବା ପାଇଁ ଟେଷ୍ଟିଂକୁ ବ୍ୟାପକ କରିଛନ୍ତି ରାଜ୍ୟ ସରକାର  । ସହରରୁ ଆରମ୍ଭ କରି ଗାଁ ଗଣ୍ଡାରେ ଚାଲିଛି ସ୍ବାବ ସଂଗ୍ରହ  । ଅଧିକ ପରୀକ୍ଷା ଯୋଗୁ ପ୍ରତିଦିନ ରାଜ୍ୟରେ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ 16 ଶହ 02 ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । କ୍ବାରେଣ୍ଟାଇନ କେନ୍ଦ୍ରରୁ 993 ଓ ଲୋକାଲ 609 ଜଣଙ୍କ ନମୁନା ପଜିଟିଭ୍ ଆସିଛି । ଗଞ୍ଜାମରୁ ସର୍ବାଧିକ 308 ଜଣ ଭୂତାଣୁ କବଳକୁ ଆସିଛନ୍ତି  । ସେପଟେ ଆଉ୧୦ ଜଣଙ୍କ ଜୀବନ ନେଇଛି କରୋନା ।

ସେପଟେ ଦେଶରେ ବି କଣ୍ଟ୍ରୋଲକୁ ଆସୁନି କରୋନା । ଗତ ୨୪ ଘଣ୍ଟାରେ ଦେଶରେ ୫୭ ହଜାର ୧୧୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି  । ସେହିପରି ୭୬୪ ଜଣଙ୍କ ମୃତ୍ୟୁ ହୋଇଛି  । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୯୫ ହଜାର ୯୮୮କୁ ବୃଦ୍ଧି ପାଇଛି  । ଆକ୍ଟିଭ କେସ ରହିଛି ୫ଲକ୍ଷ ୬୫ ହଜାର ୧୦୩  ।

ରାଜ୍ୟର ଗଳିକନ୍ଦିରେ ଚାଲିଛି କରୋନା ଟେଷ୍ଟିଂ ।

#ରାଜ୍ୟର_ଗଳିକନ୍ଦିରେ_ଚାଲିଛି_କରୋନା_ଟେଷ୍ଟିଂ ଅଧିକ ଟେଷ୍ଟିଂ ଯୋଗୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ ଓ ଚିକିତ୍ସା କରିବା ସମ୍ଭବ ହୋଇଛି । ସଂକ୍ରମଣ ଭୟକୁ ଦୂରେଇ ଦେଉଛି ସୁସ୍ଥତା ହାର । କରୋନା ସଂକ୍ରମଣ ରୋକିବା ପାଇଁ ଟେଷ୍ଟିଂକୁ ବ୍ୟାପକ କରିଛନ୍ତି ରାଜ୍ୟ ସରକାର । ସହରରୁ ଆରମ୍ଭ କରି ଗାଁ ଗଣ୍ଡାରେ ଚାଲିଛି ସ୍ୱାବ ସଂଗ୍ରହ । ଅଧିକ ପରୀକ୍ଷା ଯୋଗୁ ପ୍ରତିଦିନ ରାଜ୍ୟରେ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । #NandighoshaTV #CoronaVirus #Testing #Odisha

Nandighosha TV यांनी वर पोस्ट केले शनिवार, १ ऑगस्ट, २०२०

ସେପଟେ କୋଭିଡ୍ ବଳୟରୁ ବାହାରି ପରୁନି ବିଶ୍ୱ । ସାରା ବିଶ୍ୱରେ ୧ କୋଟି ୭୫ ଲକ୍ଷ ୯୧ ହଜାର ୯୬୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୭୯ ହଜାର ୪୩୯ରେ ପହଞ୍ଚିଛି  । ତେବେ ସୁସ୍ଥତା ହାର ମଧ୍ୟ କିଛିଦିନ ମଧ୍ୟରେ ବେଶ୍‌ ବୃଦ୍ଧି ପାଇଛି  । ୧ କୋଟି ତିନି ଲକ୍ଷ ୩୦ ହଜାରରୁ ଅଧିକ କରୋନାରୁ ମୁକ୍ତି ପାଇଛନ୍ତି

Leave a Reply