କଡ଼ା କଟକଣା ମଧ୍ୟରେ ଭୁବନେଶ୍ୱରରେ ଖୋଲିବ ସପିଂ ମଲ୍

ଭୁବନେଶ୍ୱର: ରାଜଧାନୀରେ ଖୋଲିବ ସପିଂ ମଲ  । କୋଭିଡ ସଂକ୍ରମିଣ ରୋକିବା ନେଇ ଜାରି ସ୍ୱତନ୍ତ୍ର କଟକଣା ମଧ୍ୟରେ ଖୋଲିବାକୁ ଅନୁମତି ଦେଇଛି ବିଏମ୍‌ସି । ସପିଂ ମଲ୍ ଖୋଲିବ ହେଲେ ମଲ ମଧ୍ୟରେ ଥିବା ଫୁଡ୍ କୋର୍ଟ, ସିନେମା ହଲ, ପିଲାଙ୍କ ପାଇଁ ଉଦ୍ଧିଷ୍ଟ ଗେମ୍ ଜୋନ୍ ଖୋଲାଯାଇପାରିବନାହିଁ । ଏଥିସହିତ ମଲ ପରିସରରେ କୌଣସି ଏକତ୍ରୀକରଣକୁ ମଧ୍ୟ ବାରଣ କରାଯାଇଛି । ପରସ୍ପର ମଧ୍ୟରେ ୬ ଫୁଟର ଦୂରତା ବାଧ୍ୟତାମୂଳକ । ଦୋକାନୀ ଓ ଗ୍ରାହକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ଆରୋଗ୍ୟ ସେତୁ ଆପ ଡାଉନଲୋଡ ପାଇଁ ମଧ୍ୟ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବୟସ୍କ, ଗର୍ଭବତୀ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଘରେ ରହି କାମ କରିବେ । ସପିଂ ମଲ ମଧ୍ୟରେ ଛେପ ପକାଇବା ଦଣ୍ଡନୀୟ ଅପରାଧ ।

ସୂଚନା ଯୋଗ୍ୟ ଯେ, କରୋନା କଟକଣା ମଧ୍ୟରେ ଜୀବନ ଜୀବିକା ଠପ୍ ହୋଇଯାଇଥିବା ବେଳେ ଆର୍ଥିକ ଗତିବିଧିକୁ ସ୍ୱାଭାବିକ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । କରୋନା କଟକଣା ମଧ୍ୟରେ ଜୀବକ ଉପାର୍ଜନର ପନ୍ଥାକୁ ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କରୋନା କଟକଣା ଯୋଗୁଁ ଲୋକଙ୍କ ଜୀବିକା ଠପ୍ ହୋଇଯାଇଥିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ କଟକଣା ମଧ୍ୟରେ ଆର୍ଥିକ କାରବାରକୁ ସ୍ୱାଭାବିକ କରାଯାଉଛି । ଏହି କ୍ରମରେ ସପିଂ ମଲ୍‌ ଖୋଲାଯିବା ନେଇ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Leave a Reply